ସହିଦ ଭଗତ ସିଂହ ଙ୍କ ୧୧୮ ତମ ଜନ୍ମ ଦିବସ ପାଳନ

ସହିଦ ଭଗତ ସିଂହ ଙ୍କ ୧୧୮ ତମ ଜନ୍ମ ଦିବସ ପାଳନ
ଓଡ଼ଗାଁ -ତା ୨୮-୯-୨୫ ସହିଦ ଭାଗତ ସିଂ ଙ୍କ ୧୧୮ତମ ଜନ୍ମଦିବସ ଉପଲକ୍ଷେ ଗୋଡିପଡା ସହିଦ ମଣ୍ଡପ ଠାରେ ସକାଳୁ ପତାକା ଉତ୍ତୋଳନ ପରେ ଗୋଡିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଉକ୍ତ ଶିବିରକୁ ଡ଼. ପ୍ରୀତିରଞ୍ଜ ଚାନ୍ଦ ଓ ନୟାଗଡ ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ପରିଚାଳନା କରିଥିଲେ ଏଥିରେ ମହିଳା ପୁରୁଷ ମିଶି ୧୫ ଜଣ ରକ୍ତଦାନ କରିଥିଲେ, ସକାଳୁ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଓଡ଼ଗାଁ ବ୍ଲକ ସମ୍ପାଦକ ଧିରେନ ପାତ୍ର ପତାକା ଉତୋଳନ କରିବା ପରେ ସହିଦ ଭଗତ ସିଂହ ଙ୍କ ଜନ୍ମ ୧୯୦୭ ମସିହା ଆଜିର ଦିନରେ ଏ ମହାନ ପ୍ରତିଭା ଭାରତବର୍ଷ ରେ ଜନ୍ମ ଗ୍ରହଣ କରି ଯୁବକ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ
ପାଲଟି ଥିଲେ, ଉକ୍ତକାର୍ଯ୍ୟକ୍ରମ ରେ କୃଷକ ନେତା ଗୋଲକ ବିହାରି ମୁଦୁଲି, ଶ୍ରମିକ ନେତା ପବିତ୍ର କୁମାର ଇନ୍ଦ୍ରଜିତ, ନିରଞ୍ଜନ ସାହୁ, ମହିଳା ନେତ୍ରୀ ଜ୍ୟୋତି ପ୍ରଭା ଜେନା, ସମାଜସେବୀ ଦାମୋଦର ସାହୁ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଭଗତ ସିଂହ ଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ, ଏ ସମସ୍ତ କାର୍ଯ୍ୟକ୍ରମ କୁ ସନ୍ତୋଷ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ।ପ୍ରତିବର୍ଷ ଏହି ସହିଦ ଦିବସକୁ ମହାସମାରୋହରେ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *