ବ୍ୟାସନଗର ସ୍ଥିତ ସନ୍ତର ଗାଁରେ ଖୋଲିଲା ଭେସ୍ପା ସୋରୁମ

ବ୍ୟାସନଗର ସ୍ଥିତ ସନ୍ତର ଗାଁରେ ଖୋଲିଲା ଭେସ୍ପା ସୋରୁମ l ଅମରେଶ ଆଣ୍ଡ ଅର୍ପଣ ହୁଇଲ୍କୁ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପକ୍ଷରୁ ଆୟୋଜିତ ଉଦ୍ଘାଟନ ଉତ୍ସବରେ ବରିଷ୍ଠ ସମାଜସେବୀ ମଦନମୋହନ ଜେନା ଓ ମଣିଭଦ୍ର ରାଉତ ମୁଖ ଅତିଥିଭାବେ ଯୋଗଦେଇ ଏହି ସୋରୁମକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ କମ୍ପାନୀର ପ୍ରୋପାଇଟର ଅମରେଶ ଜେନା ଓ ଅର୍ପଣ ରାଉତ ସୂଚାରୁ ରୂପେ ତୁଲାଇଥିଲେ l ତେବେ ଏହି ଭେସ୍ପା ଗାଡି ଲୋକଙ୍କର ଅଧିକ ପସନ୍ଦ ଥିବା ବେଳେ ପ୍ରଥମ ଥର ପାଇଁ ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଏହି ଗାଡିର ସୋରୁମ ଉଦଘାଟିତ ହେଇଥିବା ରୂ ଗ୍ରାହକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି l

ବିଶେଷକରି ଏହି ଗାଡିର ସମ୍ପୂର୍ଣ୍ଣ ବଡ଼ି ଷ୍ଟିଲ ରେ ହେଇଥିବା ବେଳେ ଭଳିକି ଭଲି ରଙ୍ଗର ଗାଡି ଗ୍ରାହକଙ୍କୁ ଅଧିକ ଆକୃଷ୍ଠ କରୁଛି l ଆଜି ପ୍ରଥମ ଦିନରେ ଅନେକ ଗାଡି ବୁକିଂ ହେଇଥିବା ବେଳେ ଗ୍ରାହକଙ୍କର ଏହି ଗାଡି ଅଧିକ ପସନ୍ଦ ହେବ ବୋଲି ମୁଖ ଅତିଥି କହିଥିଲେ l ଏହି କାର୍ଯ୍ୟକ୍ରମରେ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *