ମୁରିବାହାଲ ରେ ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା
ମୁରିବାହାଲ ରେ ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ।
ମୁରିବାହାଲ,୨୯ । ୯ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ସଦମହକୁମାରେ ସାର୍ବଜନୀନ ମାଁ ଦୁର୍ଗାଙ୍କ କଳସ ଯାତ୍ରା ପୁଜା ଆରମ୍ଭ ହୋଇଯାଇଛି। ଚଳତବର୍ଷ ଅନୁଷ୍ଠିତ ହେଉଥିବା ୫୪ ତମ ଦୁର୍ଗାପୂଜା ପାଇଁ ରବିବାର ଦିନ ମୁରିବାହାଲ୍ ଖଜୁରୀବନ୍ଧ ରେ ରୀତିନୀତିଅନୁସାରେ ପୂଜାର୍ଚ୍ଚନା ପରେ ପୂର୍ଣ୍ଣକଳସ ଧାରଣ କରି ଶ୍ରଦ୍ଧାଳୁ ମାନେ ସାର୍ବଜନିନ ଦୁର୍ଗାପୂଜା ମଣ୍ଡପ କୁ ପହଞ୍ଚିଥିଲେ।କମିଟି ର ତଥା ମାଁ ଙ୍କ ବୈଜ୍ୟେଷ୍ଠ ସେବାୟତ ଅଗସ୍ତି ବଘାର ଙ୍କ ପରିଚାଳନା ରେ ମୁଖ୍ୟ କର୍ତ୍ତା ସଭାପତି ଅଜିତ ତରିଆ ଓ ତାଙ୍କ ଧର୍ମପତ୍ନୀ ପ୍ରାଣେଶ୍ବରୀ ତାରିଆ ଏବଂ ନିଜେ ଅଗସ୍ତି ବଘାର ଓ ପତ୍ନୀ ଦୀପାଞ୍ଜଳି ବଘାର କଳସ ଯାତ୍ରା ର ମୁଖ୍ୟ ପୁରୋଧା ସାଜିଥିଲେ। ଏହି କଳସ ଯାତ୍ରାରେ ସଂପାଦକ ପ୍ରଶାନ୍ତ ମାହର, ରୂପେଶ ଶାଣ୍ଢ, କେଦାର ବଡଜେନା, କୋଷାଧ୍ୟକ୍ଷ ସଂଜୟ ବାଗ, ଜିତେନ୍ଦ୍ର ଭୋଇ, ଯୁଧିଷ୍ଠିର ବଘାର, ନିରାକାର ବାଘର୍, ଅନନ୍ତ ପ୍ରଧାନ, ଜଦୁପତି ଅଗସ୍ତି, ଶାନ୍ତରାମ ପ୍ରଧାନ, ତପନ ବଘାର, ପବିତ୍ର ଷାଣ୍ଢ, କୁନା ବଘାର, ହୃଷିକେଶ ସା, ଦୀନେଶ ମେହେର, ଜିତେଶ ସେଠ, ମନୋଜ ଷାଣ୍ଢ, ବାସୁଦେବ ପଧାନ, କାମଦେବ ପଧାନ ଓ ମୁଖ୍ୟ ପୂଜକ ଭାବେ କୁଞ୍ଜ ବିହାରୀ ଯୋଶୀ ଓ ସ୍ୱସ୍ତିକ ଯୋଶୀ ପୂଜାର୍ଚନା କରିଥିଲେ।
