ଶ୍ରୁତି ସ୍ବତନ୍ତ୍ର ବିଦ୍ୟାଳୟରେ ବିଶ୍ଵ ବଧିର ଦିବସ ପାଳନ

ନୟାଗଡ଼ – ତା ୨୮.୦୯୨୦୨୫ ରିଖ ସହିଦ୍ ଯୁବ ସଂଘ୍,ନୟାଗଡ଼ ଦ୍ବାରା ପରିଚାଳିତ ଶ୍ରୁତି ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ରେ ବିଶ୍ଵ ବଧିର ଦିବସ ପାଳନ ହୋଇଯାଇଅଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୁତି ର ଅଧ୍ୟକ୍ଷା ଜୟଶ୍ରୀ ନାୟକ ଅଧକ୍ଷତା କରି ବିଶ୍ଵ ବଧିର ଦିବସ ର ମହତ୍ତ୍ଵ ଓ ଆମ ସମାଜ ରେ ବଧିର ବ୍ୟକ୍ତି ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ତାର ନିରାକରଣ ଉପରେ ଆଲୋକ ପାତ କରିଥିଲେ l ବଧିର ବ୍ୟକ୍ତି ମାନଙ୍କ ଅଧିକାର ବ୍ୟତୀତ ମାନବାଧିକାର ନିରର୍ଥକ ବୋଲି ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବାକ ଚିକିତ୍ସକ ସ୍ଵର୍ଣ୍ଣ ପରୀ ପ୍ରିୟଦର୍ଶିନୀ ସମସ୍ତ ବଧିର ଶିଶୁ ଓ ବ୍ୟକ୍ତି ମାନଙ୍କ ଶିକ୍ଷା ଓ ପୁନର୍ବାସ କୁ ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ବ ଆରୋପ କରିଥିଲେ ll ସ୍ବତନ୍ତ୍ର ଶିକ୍ଷକ ଆନନ୍ଦ କୁମାର ଚୌଧୁରୀ, ଜିତେନ୍ଦ୍ର ସେନାପତି, ମିଥୁନ ମଲ୍ଲିକ, ଶିକ୍ଷୟିତ୍ରୀ ଲତା ସାହୁ ଆଜିର ଦିବସ ର ତାତ୍ପର୍ଯ୍ୟ ଓ ବଧିର ବ୍ୟକ୍ତି ମାନଙ୍କୁ ସମାଜ ରେ ଉପକୁକ୍ତ ସମ୍ମାନ ର ସହ ବଞ୍ଚିବା ର ଅଧିକାର ମିଳିବା ସହ ସେମାନଙ୍କୁ ଶିକ୍ଷା ଓ ପ୍ରଶିକ୍ଷଣ ଦେଇ ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ୍ କରାଯିବା ଉଚିତ୍ ବୋଲି ଅଭିହିତ କରିଥିଲେ l ସେମାନଙ୍କ ପାଇଁ ଥିବା ସ ରକାରୀ ଓ ଘରୋଇ କ୍ଷେତ୍ରରେ ସୁବିଧା ସୁଯୋଗ ମିଳିଲେ ବ୍ୟକ୍ତି ମାନଙ୍କ ର ଅଧିକାର ସୁରକ୍ଷିତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟ କ୍ରମକୁ ମମତା ସାହୁ ଓ ସନ୍ଦୀପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଦ୍ୟାଳୟର ୪୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *