ଜଗତସିଂହପୁର ପୋଲିସ କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳ

Date-30/09/25*ଜଗତସିଂହପୁର ପୋଲିସ କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା*323 ଗ୍ରାମ ବ୍ରାଉନ ସୁଗର ଜବତ ସହ ଜଣେ ଗିରଫ*ଆକ୍ସନ ମୋଡ଼ରେ ଜଗତସିଂହପୁର ପୋଲିସଆଙ୍କର-ଗତ କିଛି ଦିନ ହେବ ଜଗତସିଂହପୁର ଜିଲାରେ ଅପରେସନ ପ୍ରହାର ର୍ ପ୍ରଭାବ ଦେଖିବାକୁ ମିଳୁଛି । ଜଗତସିଂହପୁର ସଦର ଥାନା ପୋଲିସ ପୁନଙ୍ଗ କେନାଲ ରୋଡ଼ ନିକଟରେ ଜଣେ ବ୍ୟବସାୟୀଙ୍କ ନିକଟରୁ 323 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହତଖୋର୍ଦ୍ଧା ଅଂଚଳର ଜଣେ ବ୍ୟବସାୟୀ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସକାଳେ ଗ୍ରାହକ ବେଶରେ ପୋଲିସ ଯାଇ ଅଭିଯୁକ୍ତକୁ ଧରିଛି । ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ 32 ଲକ୍ଷ ଟଙ୍କା ହେବ ବୋଲି ଜଗତସିଂହପୁର ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *