ସୁଦର୍ଶନ ସ୍ୟାଣ୍ଡଆର୍ଟ
ସୁଦର୍ଶନ ସ୍ୟାଣ୍ଡଆର୍ଟ
ବାଲୁକା କଳାରେ ଏସିଆ କପ ବିଜେତା ଟିମ ଇଣ୍ଡିଆକୁ ଶୁଭେଚ୍ଛା l ନବମ ଏସିଆ କପ ଟାଇଟଲ ହାତେଇଛି ଭାରତ । ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି ଭାରତୀୟ ଦଳ ! ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଲା ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଚୁଟିଛି । କ୍ରିକେଟ ପଡିଆରେ ଅପରେସନ ସିନ୍ଦୂରର ଝଲକ ଦେଖିବାକୁ ମିଳିଥିଲା । ଏ ନେଇ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି l ବାକୁକା କଳାରେ ଦୁବାଇ ଷ୍ଟାଡିଅମ ଓ ଅପେରସନ ସିନ୍ଦୁର ଝଲକ ସହ କ୍ରିକେଟ ବ୍ୟାଟରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ l
