ଓଡ଼ଗାଁ ରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ

ଓଡ଼ଗାଁ ରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ


ଓଡ଼ଗାଁ-ତା ୩୦-୯-୨୫ ପବିତ୍ର ଦୁର୍ଗାପୂଜା ପାଇଁ ଓଡ଼ଗାଁ ବ୍ଲକର ଅନେକ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପାଳନ ସହିତ ସର୍ବତ୍ର ଉତ୍ସବ ମୁଖର ହୋଇପଡିଛି ।ମୁଖ୍ୟତଃ ଓଡ଼ଗାଁ ଓ ଶରଣକୁଳ ଠାରେ ବର୍ଷ ବର୍ଷ ଧରି ଦୁର୍ଗାପୂଜା ପାଳନ ହେଉଥିବା ବେଳେ ରଘୁନାଥ ମନ୍ଦିରରେ ବିଜେ ମା ବିମଳା,ଶରଣକୁଳ ମନ୍ଦିରରେ ବିଜେ ମାଆ ଦୁର୍ଗା ଓ ସମସ୍ତ ଦେବୀ ମାନକୁ ଆକର୍ଷଣୀୟ ସାଜସଜ୍ଜା ସହିତ ଆଲୋକ ମାଳାରେ ସଜ୍ଜିତ କରାଯାଇ ସପ୍ତମୀ ଠାରୁ ବିଧିବିଧାନ ଅନୁଯାୟୀ ଚଣ୍ଡି ପାଠ ସହିତ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି ।ଶରଣକୁଳ, ଗୋଡିପଡା, ଶିଖରପୁର,ଗୌଡ଼ପୁଟ,କୋମଣ୍ଡ,ରଂଗଣିପାଟଣା ,ଓଡ଼ଗାଁ ରାମଚଣ୍ଡୀ ମନ୍ଦିର,ହେମମ।ଳିନୀ ମନ୍ଦିର ପ୍ରଭୁତି ସ୍ଥାନରେ ମାଙ୍କ ପୂଜା ଚାଲିଛି ।ସନ୍ଧ୍ୟାରେ ମାଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ରହୁଥିବା ସହିତ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକମାନେ ଉପଭୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *