ଆର ଏସ ଏସ ର ଶତବାର୍ଷିକୀ ପ୍ରତିଷ୍ଠ। ଦିବସପାଳନ

ଆର ଏସ ଏସ ର ଶତବାର୍ଷିକୀ ପ୍ରତିଷ୍ଠ। ଦିବସପାଳନ


ଓଡ଼ଗାଁ-ତା୩୦-୯-୨୫ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘଦ୍ୱାରା ସଂଘର ଶତବାର୍ଷିକୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ନାଗରିକ ଲଷ୍ମୀଧର ଦାସ,ମୁଖ୍ୟବକ୍ତା ଭାବରେ ଚନ୍ଦ୍ରବିଜୟି ମିଶ୍ର,ଜିଲ୍ଲା ସଂଘ ପ୍ରଚାରକ ଜନାର୍ଦନ ମହାନ୍ତି,ଖଣ୍ଡ ସଂଘ ଚାଳକ ଜଗନ୍ନାଥ ପ୍ରଧାନ, ଓଡ଼ଗାଁ ଶାଖା ଘୋଷ ପ୍ରମୁଖ ବିଷ୍ଣୁପ୍ରସାଦ ବଡ଼ଜେନା,ଜିଲ୍ଲା ସଦଦ୍ଭାବନ ପ୍ରମୁଖ ପ୍ରଶାନ୍ତ କୁମାର ସାହୂ ପ୍ରଭୁତି ଉପସ୍ଥିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ଏକତା ଓ ଅଖଣ୍ଡତା ଉପରେ ପର୍ଯ୍ୟାପ୍ତ ଆଲୋଚନା କରିଥିଲେ ।ବ୍ଲକ ରୋଡସ୍ଥିତ ସରକାରୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ସ୍ୱଂୟସେବକ ଯୋଗଦେଇ ପଥ ସଂକଳନ କରିଥିଲେ । ପ୍ରାର୍ଥନା ପ୍ରମୁଖ ରାକେଶ ସେଠୀ ଏହାର ଦାଇତ୍ୱ ନେଇ କାର୍ଯ୍ୟ ନିର୍ବାହ କରିଥିଲେ ।ଜିଲ୍ଲା ସ୍ତରୀୟ କର୍ମକର୍ତା ସମେତ ଓଡ଼ଗାଁର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *