ବଙ୍ଗଳା ଦେଶୀ ନଜୁର୍ ମିଲ୍ଲା କନ୍ଧମାଳରେ ଗିରଫ
ବଙ୍ଗଳା ଦେଶୀ ନଜୁର୍ ମିଲ୍ଲା କନ୍ଧମାଳରେ ଗିରଫ ।
କନ୍ଧମାଳ, କୋଟଗଡ଼, ବଙ୍ଗଳା ଦେଶୀ ନାଗରିକ ଚତୁରତା ସହିତ ଭାରତୀୟ ସୀମାରେ ଅନୁପ୍ରବେଶ କରି ଭାରତରେ ପ୍ରବେଶ ମାମଲା ରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ,ପ୍ରଥମ ଥର ପାଇଁ ଏକ ବାଙ୍ଗଲାଦେଶୀ ନାଗରିକ କୁ କନ୍ଧମାଳ ଜିଲ୍ଲା, କୋଟଗଡ଼ ପୋଲିସ ଏକ ବଂ।ଲ।ଦେଶି ନାଗରିକ ନଜୁର୍ ମୁଲ୍ଲା କୁ ଗିରଫ କରିଛି । ଗିରଫ ବ୍ୟକ୍ତି ୧୯୯୧ ମସିହାରେ ରେ ବାଂଲାଦେଶ ସୀମା ରୁ ଭାରତ ସୀମାରେ ପ୍ରବେଶ କରି ଥିଲା । ୧୯୯୪ ରେ ଓଡିଶା କୁ ଆସିଥିଲା!2009 ରେ କନ୍ଧମାଳ ର କୋଟଗଡ଼ କୁ ଆସି ବସବାସ କରି ଥିଲା । କୋଟଗଡ଼ ର ଏକ ଯୁବତୀକୁ ବିଭାହ କରି ଚତୁରତାର ସହ ଆଧାର କାର୍ଡ କରି ଭାରତର ଭୋଟର କାର୍ଡ, ପାନକାର୍ଡ, ଲେବର କାର୍ଡ କରିଛି । କୋଟଗଡ଼ ଥାନା ଅଧିକାରୀ ଏସବୁ ଡକ୍ୟୁମେଣ୍ଟ ସହ ଭିଶା କାର୍ଡ ଓ ପାସ୍ ପୋର୍ଟ ଜବତ କରିଛନ୍ତି ।ତେବେ ନଜୁର ମୁଲା କୁ ଗିରଫ କରାଯାଇ କୋର୍ଟ ଚାଲାଣ ପରେ ଜେଲକୁ ପଠାଇ ଦିଆ ଯାଇଛି ବୋଲି ଥାନାଧିକାରୀ ଆନନ୍ଦ ପାତ୍ର ପ୍ରକାଶ କରିଛନ୍ତି ।
