ନରୁଆ ଛକରେ ୪୯ ତମ ଦୁର୍ଗାପୂଜା ପାଳିତ ।

ତିର୍ତ୍ତୋଲ ବ୍ଳକ ଅଧିନସ୍ତ ନରୁଆ ଛକ ଠାରେ ଚଳିତ ବର୍ଷ ୪୯ ତମ ଦୁର୍ଗା ପୂଜା ପାଳନ କରାଯାଉଛି । ପୂଜା ମଣ୍ଡପ ରେ ଆକର୍ଷଣୀୟ ତୋରଣ ସହିତ ଆଲୋକ ମାଳାରେ ସୁସଜିତ ହୋଇ ଝଲସୁଛି ବଜାର ଓ ପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ସବୁ ଦେବଦେବୀ ଙ୍କ ଚାନ୍ଦି ର ମୁକୁଟ ସହିତ ମା ଦୁର୍ଗା ସୁନାର ସିଂଥି ସହିତ ଟିକିଲି ପରିଧାନ କରିଛନ୍ତି । ଏହିବର୍ଷ ଦାତା ମାନଙ୍କ ଦ୍ୱାରା ପ୍ରାୟ ୭୦ ଖଣ୍ଡରୁ ଅଧିକ ଶାଢ଼ୀ ମା ପରିଧାନ କରିଛନ୍ତି । ସେହିପରି ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୧ କ୍ୱିଣ୍ଟାଲ ରୁ ଅଧିକ ଘୃତ ଆହୁତି ହେବ ବୋଲି କମିଟି ର କାର୍ଯ୍ୟକାରି ସଭାପତି ଉତ୍ତମ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ପୂଜା ଚାଲିଥିବା ପର୍ଯ୍ୟନ୍ତ ଭକ୍ତ ଙ୍କ ପକ୍ଷରୁ ଦୈନିକ ମଧ୍ୟାନ ଓ ରାତ୍ରି ରେ ସହ ସହ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି ବୋଲି କମିଟି ର ସମ୍ପାଦକ ମନୋରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ଏହି ପୂଜାରେ ନବମି ଦିନ ରାତ୍ରିରେ ସମ୍ପୂର୍ଣ୍ଣ ଚଣ୍ଡୀ ପାଠ କରାଯିବା ସହିତ ମା ଙ୍କ ଲାଗି ଚାରୁଅର୍ଣ ଭୋଗ କରାଯାଇଥାଏ । ବହୁ ପୂର୍ବରୁ ବିଧି ଅଛି ଏହି ଚାରୁଅର୍ଣ କୁ ଜିଏ ପାଏ ତାର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଯୁଗ ଯୁଗରୁ ଏହାର ପ୍ରଥା ରହିଛି । ପ୍ରତିବର୍ଷ ଭଳି ଏହି ପୂଜାକୁ ପଣ୍ଡିତ ଅଶୋକ କୁମାର ଦାଶ ଓ ତାଙ୍କର ଟିମ ପୂଜା କରିଥିବା ବେଳେ ଏହି ପୂଜାରେ କର୍ତ୍ତା ଶ୍ରୀଯୁକ୍ତ ଅଶୋକ ଶ୍ରୀଯୁକ୍ତ କୁମାର ଦାସ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସୁଶ୍ରୀ କର୍ତ୍ତି ଭାବେ ପୂଜା ସମ୍ପାଦନା କରୁଛନ୍ତି । ସେହିପରି ଚଳିତବର୍ଷ ଏହି ରାସ୍ତା ତୁଳଙ୍ଗ ଓ ଇବ୍ରିସିଂର ମଧ୍ୟ ଭାଗ ହୋଇଥିବାରୁ ପ୍ରବଳ ଭିଡ ଜମୁଥିବା ବେଳେ ନବମୀ ଓ ଦଶହରା ପୂଜା ପାଇଁ ତିର୍ତ୍ତଲ ପୋଲିସ ଙ୍କୁ ସହାୟତା ପାଇଁ ଅନୁରୋଧ କରାଯାଇଛି ବୋଲି କମିଟି ର ଉପସଭାପତି ମହେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *