ଅଘୋର ଆଶ୍ରମରେ ନବରାତ୍ରୀ ମହୋତ୍ସବ ଓ କନ୍ୟା ପୂଜନ
କୋଣାର୍କ – କୋଣାର୍କ ନିକଟସ୍ଥ ଜମରା ଗ୍ରାମ ହାତୀମଲା ଛକ ନିକଟରେ ଥିବା ଅଘୋର ଆଶ୍ରମ ପକ୍ଷରୁ ପବିତ୍ର ଶାରଦୀୟ ନବରାତ୍ର ମହୋତ୍ସବ ଓ କନ୍ୟା ପୁଜନ ବିଧି ଅନୁଷ୍ଠିତ ହୋଇଯାଇଛି। ଆଶ୍ରମ ପ୍ରତିଷ୍ଠାତା ବାବା ଚିନ୍ମୟରାମଙ୍କ ତତ୍ତ୍ଵାବଧାନରେ ଆହୋଜିତ ଏହି ଉତ୍ସବରେ ନବ ଦିନ ବ୍ୟାପୀ ଶାରଦୀୟ ନବରାତ୍ର ମହୋତ୍ସବ, ଗୁରୁଗୀତା ପାଠ, ସପ୍ତଶତୀ

ପାଠ, ଗୁରୁଗୀତା ଯଜ୍ଞ, ସପ୍ତଶତୀ ଯଜ୍ଞ ଆଦି ଅନୁଷ୍ଠିତ ହେବା ସହ କନ୍ୟା ପୂଜନ ବିଧି ଆୟୋଜିତ ହୋଇଥିଲା। କନ୍ୟା ମାନଙ୍କୁ ସୁସଜ୍ଜିତ କରି ଦେବୀ ପରି ପୂଜାର୍ଚ୍ଚନା କରଯାଇଥିଲା ଏହି ଉତ୍ସବରେ ନିକଟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିଲେ।
