ସୁଦର୍ଶନ ସ୍ୟାଣ୍ଡ ଆର୍ଟ
ଆଜି ପବିତ୍ର ବିଜୟାଦଶମୀରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର 100 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଏହି ଉପଲକ୍ଷେ ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ଏକ ଆକର୍ଷଣୀୟ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। 1925 ମସିହାରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆଜି ବିଜୟାଦଶମୀରେ 100 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ସୁଦର୍ଶନ ତାଙ୍କ ନିର୍ମିତ ବାଲୁକାକଳାରେ ପ୍ରତ୍ୟକଟି ସେବକ ମାନଙ୍କୁ ପ୍ରଣାମ ଜଣାଇବା ସହ ସେମାନଙ୍କର 100 ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୁଦର୍ଶନ ତାଙ୍କ ବାଲୁକାକଳାରେ ଦେଶ ପ୍ରତି ସେବା ମନୋଭାବ ରଖୁଥିବା କିଛି ସେବକ ମାନଙ୍କ ପ୍ରତିକୃତି ଗଢିବା ସହ ରାଷ୍ଟ୍ର,,, ଭକ୍ତି,,ସେବା,,ଅନୁଶାସନ ସହ VIJAYA DASAMI USTAV OF RASTRIYA SWAYEM SEVAK SANGHA ର ବାର୍ତ୍ତା ଦେଇଛନ୍ତି।
