ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସହିତ ‘ସଫଳ ସାରୋଳ ଗାଁ ମହୋତ୍ସବ’ ପାଳିତ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ସାରୋଳ ଗ୍ରାମରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ନ୍ୟାସନାଲ କ୍ଲବ ଓ ସାରୋଳ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ର ସହିତ ‘ସଫଳ ସାରୋଳ ଗାଁ ମହୋତ୍ସବ’ ପାଳିତ ହୋଇଯାଇଅଛି।ଏହି ପରିପ୍ରେକ୍ଷୀରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିଥିଲେ।ଏଥି ସହିତ ରଘୁପତି ରାଘବ ରାଜ ରାମ ଗାନ କରି ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ନୀତି ଆଦର୍ଶ କୁ ସମସ୍ତେ ମନେ ପକାଇଥିଲେ।ଏହା ପରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ କ୍ଲବ ର ଉପଦେଷ୍ଟା ତଥା ‘ସଫଳ ସାରୋଳ’ ର ମୁଖ୍ୟ ପୁରଧା ପ୍ରଦୀପ୍ତ କୁମାର ସାହୁଙ୍କ ତତ୍ୱାବଧାନରେ କରାଯାଇଥିଲା।

ଏଥିରେ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଏକାଠି ହୋଇ ଗାଁ ପରିବେଶ ସଫାସୁତୁରା କରିବା ସହିତ ସ୍ବଛତାର ବାର୍ତ୍ତା ବହନ କରିଛନ୍ତ।ଏହି କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ବିଷ୍ଣୁ ଚରଣ ପାତ୍ର, ପ୍ରଭାକର ଖୁଣ୍ଟିଆ, ନରେନ୍ଦ୍ର କୁମାର ବିଶ୍ୱାଳ, ନୃସିଂହ ଚରଣ ସାହୁ, କ୍ଲବର ଉପଦେଷ୍ଟା ସୁଧୀର କୁମାର ମହାରଣା, ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ, ଉପସଭାପତି ତୁଷାରକାନ୍ତ ବିଶ୍ୱାଳ, ସଦସ୍ୟ ଦିଲ୍ଲିପ କୁମାର ସାହୁ, ସୁବାସ, ଗୁଡ଼ୁ, ଅବିନାଶ, ସୋନୁ, ପୁପୁନ, ବବୁଲ, ଅଭି,ଲିପୁ,ତୋଫାନ ଓ ସମସ୍ତ ଗ୍ରାମବାସୀବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ |
