ପୂଜା କମିଟିର ସୁବର୍ଣଜୟନ୍ତୀ ସମାରୋହ ଅନୁଷ୍ଠିତ ।
Date-01/10/25ହରଗୌରୀ- ୫୦ ବର୍ଷ ପୂର୍ତ୍ତି ଅବସରରେ ହରଗୌରୀ ପୂଜା କମିଟିର ସୁବର୍ଣଜୟନ୍ତୀ ସମାରୋହ ଅନୁଷ୍ଠିତ । ଜଗତସିଂହପୁର ସହର ଓହଳ ଗ୍ରାମର ହରଗୌରୀ ପୂଜା କମିଟି ତାର ୫୦ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ କମିଟି ପକ୍ଷରୁ କମିଟିର ପୁର୍ବତନ କର୍ମକର୍ତା ଓ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ସହ ଛୋଟ ଛୋଟ ଶିଶୁକନ୍ୟାମାନଙ୍କୁ କନ୍ୟାରତ୍ନରେ

ଅଭୂଷିତ କରାଯିବା ସହ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପୂଜା କମିଟି ଦିନ୍ଦୁ ଓ ମୁସଲମାନ ଙ୍କ ମଧ୍ୟରେ ଭାଇଚାରା ରଖି ଆଜିକୁ 50 ବର୍ଷ ହେବ ଏଠାରେ ମହାଆଡମ୍ବର ପୂଜା କରଯାଉଛି ।ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି, ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
