ଉନ୍ମୋଚିତ ହେଲା ତ୍ରୈମାସିକ ଇ – ପତ୍ରିକା “ନବସୃଜନ”

ଅଦ୍ୟ ତା୦୨/୧୦/୨୦୨୫ରିଖ, ଗୁରୁବାର ଦିନ ପୂର୍ବାହ୍ନ ଘ୧୦ . ୪୫ ମିନିଟ୍ ସମୟରେ ନବସୃଜନ ତ୍ରୈମାସିକ ଇ – ପତ୍ରିକାର ପ୍ରଥମ ସଂଖ୍ୟା ତକତପୁର, ବାରିପଦା, ମୟୂରଭଞ୍ଜ ଠାରେ ଉନ୍ମୋଚିତ ହୋଇଯାଇଛି। ଦେବୀ ମାଆ ଦୁର୍ଗାଙ୍କର ପୂଜା ଅର୍ଚ୍ଚନାର ନବରାତ୍ର ସହିତ ବିଜୟା ଦଶମୀର ଶୁଭ ଅବସରରେ ଅଶେଷ ଶୁଭେଚ୍ଛା ସହିତ ଅଭିନନ୍ଦନ ଜଣାଇ ସମସ୍ତଙ୍କୁ ଏହି ଇ – ପ୍ରତିକାଟି ପ୍ରକାଶ କରାଯାଇଛି। ଉକ୍ତ ପତ୍ରିକାର ଉପଦେଷ୍ଟା ଅଛନ୍ତି ପ୍ରଫେସର ଡ଼ଃ କରୁଣାକର ଦାସ, ପ୍ରାକ୍ତନ ପ୍ରଫେସର, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂ ଶାସିତ ମହାବିଦ୍ୟାଳୟ, ତକତପୁର, ଇ – ପତ୍ରିକାର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ କବିରତ୍ନ ନୂତନ କୁମାର ବେହେରା, ତତ୍ ସହିତ ସଭାପତି ଦୀପକ କୁମାର ଶତପଥୀ, ଉପସଭାପତି ଚକ୍ରଧର ସେଠୀ ଓ ବରିଷ୍ଠ ଆଇନଜୀବୀ ଅନ୍ତର୍ଯ୍ୟାମୀ ବେହେରା ଏବଂ ସମ୍ପାଦକ ଅବିନାଶ ବେହେରା, ଯୁଗ୍ମ ସମ୍ପାଦକ ବାପି କୁମାର ମହାନ୍ତ, ସହ ସମ୍ପାଦକ ଦୀପକ କୁମାର ଗୋଛାଏତ୍ , ସହସମ୍ପାଦିକା ଶ୍ରୀମତୀ ଆଦ୍ୟାଶା ସାହୁ,ସାମାଜିକ ସମନ୍ବୟକ ରୋହିତାଶ୍ବ ବେହେରା ଓ ସଂଗଣକ ରୂପକାର ରଣଜିତ କୁମାର ମହାପାତ୍ର । ପତ୍ରିକାଟି ଶ୍ରୀମତୀ ସ୍ନିଗ୍ଧାରାଣୀ ବେହେରାଙ୍କ “ତତ୍ତ୍ଵପ୍ରଜ୍ଞା” ପବ୍ଲିକେସନ୍ ତରଫରୁ ସଂକଳିତ କରି ପ୍ରକାଶିତ କରାଯାଇଛି।       ନବସୃଜନ ତ୍ରୈମାସିକ ଇ – ପତ୍ରିକାଟିରେ ସାହିତ୍ୟର ବିଭିନ୍ନ ବିଭାଗ ରହିଛି ଯଥା… କବିତା,ଗଳ୍ପ, ପ୍ରବନ୍ଧ, ଏକାଙ୍କିକା ଏବଂ ଜଣା ଅଜଣା। ଓଡ଼ିଶାର ଅନେକ ଜିଲ୍ଲାର ବରିଷ୍ଠ ପ୍ରବୀଣ ଓ ନବାଗତ ସୃଜକ ସୃଜିକାଙ୍କର ଅନେକ ଉଚ୍ଚକୋଟୀର ସାହିତ୍ୟ ସମ୍ଭାର ସ୍ଥାନିତ ହୋଇଛି।    www.nabasrujan.com ରେ online ଯୁବ ପାଠକ ପାଠିକାମାନେ ଦେୟମୁକ୍ତ ପଢ଼ିବାର ସୁଯୋଗ ପାଇବା ସହିତ ମାତୃଭାଷା ଓଡ଼ିଆ ସାହିତ୍ୟ ପ୍ରତି ଅଧିକ ଭଲ ପାଇବା ରଖି ଭାଷାର ମାନ୍ୟତା ବୃଦ୍ଧିରେ ସହାୟକ ହେବେ।ନବସୃଜନ ତ୍ରୈମାସିକ ଇ – ସାହିତ୍ୟ ପତ୍ରିକାଟି କେବଳ ଏକ ପତ୍ରିକା ନୁହେଁ; ବରଂ ଏହା ସୃଜନଶୀଳତାର ଏକ ନୂଆ ରାହା…।         ଇ – ପତ୍ରିକାଟି ଅନେକ ଓଡ଼ିଆ ପାଠକ ପାଠିକା ବିଶ୍ଵର ଯେ କୌଣସି ସ୍ଥାନରେ online ରେ ପଢି ପାରିବେ…ଆଶା ଉକ୍ତ ଓଡ଼ିଆସାହିତ୍ୟ ପତ୍ରିକା ଜାଗତିକ ପାଠକୀୟ ମହଲରେ ଆଦୃତ ହୋଇ ଓଡ଼ିଆ ଭାଷା ସାହିତ୍ୟର ମାନ ବୃଦ୍ଧିରେ ଅଗ୍ରଦୂତ ସାଜୁ ବୋଲି ପବିତ୍ର ବିଜୟା ଦଶମୀରେ ଜଗତଜନନୀ ମା’ ଦୁର୍ଗାଙ୍କ ନିକଟରେ ବିନମ୍ର ପ୍ରାର୍ଥନା।

Leave a Reply

Your email address will not be published. Required fields are marked *