କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଲୋକାର୍ପଣ କଲେ
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ କରିବା ଲାଗି ପ୍ରସ୍ତୁତ ହୋଇଛି ଏହି ପ୍ଲାଟଫର୍ମବାଲେଶ୍ୱର ସମେତ ଦେଶର ପାଞ୍ଚଟି ଏନଆଇଇଏଲଆଇଟି କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ500 ଶୀର୍ଷ କମ୍ପାନୀ ସହ ଆଲୋଚନା କରି ଶିଳ୍ପ ଆବଶ୍ୟକତା ମୁତାବକ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ଏନଆଇଇଏଲଆଇଟିକୁ ପରାମର୍ଶ ଦେଲେ ଶ୍ରୀ ବୈଷ୍ଣବକେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ (ଏନଡିୟୁ) ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ କରିବା ପାଇଁ ଏହି ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି।ଏହି ପ୍ଲାଟଫର୍ମ ଏଆଇ, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଏବଂ ଆନୁସଙ୍ଗିକ କ୍ଷେତ୍ର ଭଳି ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଶିଳ୍ପ-କେନ୍ଦ୍ରିତ ପାଠ୍ୟକ୍ରମ ପ୍ରଦାନ କରିବ। ଏହା ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ସୁସଜ୍ଜିତ କରିବା ପାଇଁ ନମନୀୟ ଡିଜିଟାଲ୍ ଶିକ୍ଷାଦାନ ଧାରା ଏବଂ ଭର୍ଚୁଆଲ୍ ଲ୍ୟାବ ପ୍ରଦାନ କରିବ।କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଓଡ଼ିଶାର ବାଲେଶ୍ୱର ସମେତ ମୁଜାଫରପୁର (ବିହାର), ତିରୁପତି (ଆନ୍ଧ୍ରପ୍ରଦେଶ), ଦାମନ (ଦାଦ୍ରା ଏବଂ ନଗର ହାବେଳୀ ଏବଂ ଦାମନ ଏବଂ ଦିଉ), ଏବଂ ଲୁଙ୍ଗଲେଇ (ମିଜୋରାମ)ରେ ପାଞ୍ଚଟି ନୂତନ ଏନଆଇଇଏଲଆଇଟି କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ନୂତନ କେନ୍ଦ୍ରଗୁଡ଼ିକର ଯୋଡି ହେବା ସହିତ ଏନଆଇଇଏଲଆଇଟି ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଏନଆଇଇଏଲଆଇଟି ଏବଂ ମାଇକ୍ରୋସଫ୍ଟ, ଜେଡସ୍କେଲର, ସିସିଆରୱାଇଏନ, ଡିକ୍ସନ ଟେକ୍ ଏବଂ ଫ୍ୟୁଚର କ୍ରାଇମ୍ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା।ଶ୍ରୀ ବୈଷ୍ଣବ କହିଥିଲେ, ତିନି ବର୍ଷ ପୂର୍ବେ, ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଟେବୁଲରେ ଅନେକ ବିକଳ୍ପ ଥିଲା, କିନ୍ତୁ ସର୍ବୋତ୍ତମ ବିକଳ୍ପ ଥିଲା ଏନଆଇଇଏଲଆଇଟି। ଆମକୁ 500 ଶିଳ୍ପ ଅଂଶୀଦାରଙ୍କ ଏକ ତାଲିକା ପ୍ରସ୍ତୁତ କରିବାକୁ ପଡିବ । ଏମାନେ କେବଳ ଇଲେକ୍ଟ୍ରୋନିକ୍ସ କିମ୍ବା ଆଇଟି କ୍ଷେତ୍ରରୁ ହେବା ଜରୁରୀ ନୁହେଁ। ଏହି ପ୍ରଯୁକ୍ତିବିଦ୍ୟାଗୁଡ଼ିକ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହୃତ ହେଉଛି। ଯେଉଁ ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବ୍ୟବହାର ହେଉଛି, ସେଠାରେ ନିର୍ଦ୍ଦିଷ୍ଟ ଚାହିଦା ପୂରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଏବଂ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ ହେବା ଉଚିତ । ଆଜି, କେବଳ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ର 13 ଲକ୍ଷ କୋଟି ଟଙ୍କାର ଏକ ଶିଳ୍ପରେ ପରିଣତ ହୋଇଛି।

ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏନଆଇଇଏଲଆଇଟି ନିକଟ ଭବିଷ୍ୟତରେ ଆହୁରି ବଡ଼ ମାଇଲଖୁଣ୍ଟ ହାସଲ କରିବ ବୋଲି ସେ କହିଥିଲେ । ଏମଓୟୁର ଗୁରୁତ୍ୱ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଏମଓୟୁଗୁଡ଼ିକ ଶିଳ୍ପ-ଶିକ୍ଷାକ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।ସେ ଆହୁରି କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ସମ୍ମୁଖରେ ଏକ ମହାନ ଲକ୍ଷ୍ୟ ରଖିଛନ୍ତି ଏବଂ ତାହା ହେଉଛି ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ଯାହା ଶିଳ୍ପ ସହିତ ନିବିଡ଼ ଭାବରେ ଜଡିତ ହେବ। ପରିବହନ କ୍ଷେତ୍ରରେ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଯେପରି ଶିଳ୍ପ ସହିତ ସିଧାସଳଖ ଜଡିତ, ସେହିପରି ଆମର ଏନଆଇଇଏଲଆଇଟି ପାଇଁ ସମାନ ସ୍ୱପ୍ନ ଅଛି: ଏହାକୁ ଶିଳ୍ପ ଆବଶ୍ୟକତା ସହିତ ଗଭୀର ଭାବରେ ଜଡିତ ଏକ ପ୍ରତିଷ୍ଠାନରେ ପରିଣତ କରିବା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ସାଂସଦ, ବିଧାୟକ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ ।
