ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ଆନନ୍ଦପୁର ତାଲୁକ ଆଇନ ସେବା କମିଟି ଓ ବରିଷ୍ଠ ନାଗରିକ ପରିଷଦର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ଆନନ୍ଦପୁର ଉପଖଣ୍ଡସ୍ତରୀୟ ସିଭିଲ ଜଜ ଗୌରୀଶଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ନ୍ୟାୟିକ ସୁବିଧା ସୁଯୋଗ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ l ବୟସ୍କ ବ୍ୟକ୍ତିମାନଙ୍କ ଅଭିଜ୍ଞତା ହିଁ ରାଷ୍ଟ୍ର ପାଇଁ ପ୍ରେରଣାଦାୟକ ବୋଲି ସେ ମତ ଦେଇଥିଲେ l ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦର ସଭାପତି ରମାକାନ୍ତ ନାୟକ ତାଙ୍କ ଭାଷଣରେ ଉକ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହିତ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ l କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସାହୁ କୋର୍ଟରେ ଦୀର୍ଘ ଦିନରୁ ବିଚାରାଧୀନ ଥିବା ବରିଷ୍ଠ ନାଗରିକମାନଙ୍କ ମକଦ୍ଦମା ଗୁଡିକକୁ ଅଗ୍ରାଧିକାର ଭିତ୍ତିରେ ଫଇସଲା କରିବାକୁ ନିବେଦନ କରିଥିଲେ l ଆନନ୍ଦପୁର ବାର କାଉନସିଲ ସଭାପତି ଦୟାନିଧି ଦାସ,ସ୍ୱତନ୍ତ୍ର ସରକାରୀ ଆଇନଜୀବୀ ବାଇଧର ସେଠୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ l ତାଲୁକ ଆଇନ ସେବା ସଦସ୍ୟ ଭାଗିରଥି ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ କୀର୍ତ୍ତନ ବିହାରୀ ସାହୁ, ରାମ ନାରାୟଣ ମହାରଣା, ବିନୋଦ ମିଶ୍ର, ବିନୋଦ ଦାସ, ରାମଚନ୍ଦ୍ର ଜେନା, ପ୍ରଦୀପ ଦାସ, କନକ ରାମ, ସାବିତ୍ରୀ ଦାସ,ସବିତା ଦାସ, ପିତାମ୍ବର ବିଶ୍ୱାଳ, କିଶୋର ମିଶ୍ର,ନଗେନ ଚାନ୍ଦ,ଦିଲ୍ଲୀପ ସିଂ, ମମତା ରାଣୀ ଜେନା, ପବିତ୍ର ବେହେରା, ଅଯୋଧ୍ୟା ଘଡେଇ, ପୁରୁଷୋତ୍ତମ ମିଶ୍ର ପ୍ରମୁଖ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *