ଦେବୀ ପୀଠ ଶୂନ ଶାନ୍

ଦେବୀ ପୀଠ ଶୂନ ଶାନ୍
(ପ୍ରକୃତି ବନ୍ଧୁ -ହରିହର ସାହୁ)
ଦଶହରା ପୂଜା ସରିଗଲା ଭାଇ ଦେବୀ ଯିବେ ଭଷାଣୀ ରେ
ବାଜା ସଙ୍ଗେ ଡିଜି ର କମ୍ପନ
ଗହଳି ଜନସମାଗମ ରେ।
ପୂଜା ପୀଠ ଆଜି ଶୂନ ଶାନ
ମାଆ ଙ୍କୁ ବିଦାୟ ଦେଇ
ଭକତ ଙ୍କ ମନ ଦୁଃଖ ଅବସ୍ଥାରେ ବୁଝି ପାରିବ ଯେ କେହି।
ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ କରନ୍ତି ମାଆ ଙ୍କ ବିଦାୟ ବେଳେ
ବାଜୁଆଳି ବାଜା ବଜାଉଛନ୍ତି ଯେ
ଉଲ୍ଲାସ ଭାବ ବିହ୍ୱଳେ।
ଆଶ୍ଵିନ ମାସ ଶୁକ୍ଳ ଏକାଦଶୀ ମାଆଙ୍କ ବିଦାୟ ତିଥି
ଭାଗ୍ଯେ ଥିଲେ ମାଆ ଦରଶନ ଦେବେ
ପୂଜା ମଣ୍ଡପ ରେ ସ୍ଥିତି।
(ରାଜ୍ୟ , ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା

Leave a Reply

Your email address will not be published. Required fields are marked *