ଘରୁ ଡ଼ାକିନେଇ ନାବାଳକ କୁ ହତ୍ୟା ଅଭିଯୋଗ କଲେ ବାପ ଓ ଦାଦା।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଣ୍ଡତୈଳା ସାହି କାଜୁ ବଗିଚାରେ ୧୩ବର୍ଷର ବାଳକ ବେକରେ ଗାମୁଛା ବାନ୍ଧି କାଜୁ ଗଛରେ ଝୁଲେଇଥିବାରୁ ବାପ ଓ ଦାଦା ଅଭିଯୋଗ କଲେ। ସୂଚନା ମୁତାବକ ଗଣ୍ଡତୈଳା ସାହିର ଦିନବନ୍ଧୁ ଖଟୁଆଙ୍କ ବଡ଼ ପୁଅ ଚନ୍ଦନ ଖଟୁଆ(ରାବଣ)ଙ୍କ ମୃତଦେହ ଗଣ୍ଡତୈଳା ସାହି ରାସ୍ତା ପାର୍ଶ୍ୱ କାଜୁ ଗଛରେ ଗାମୁଛାରେ ଝୁଲୁଥିବା ଦୀନବନ୍ଧୁଙ୍କ ସାନଭାଇ କାର୍ତ୍ତିକ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଗଛରୁ ଗାମୁଛା ଖୋଲି ଚନ୍ଦନଙ୍କୁ ଉଦ୍ଧାର କରିଥିଲେ। ହେଲେ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା।ଘଟଣା ସମ୍ପର୍କରେ ମୃତକଙ୍କ ବାପା ଦିନବନ୍ଧୁ ଓ ଦାଦା କାର୍ତିକ ପୂର୍ବ ଶତ୍ରୁତାକୁ ନେଇ ସାହିର ରଞ୍ଜନ ଖଟୁଆ ଏବଂ ତାର ଶଳା ପଞ୍ଚୁ ବେହେରା ଘରକୁ ଆସି ପୁଅ ଚନ୍ଦନକୁ ସାଥିରେ ଡାକି ନେଇଥିଲେ। ପରେ ତାକୁ ମାରି ଗଛରେ ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଥାନା ଏସ୍‌ଆଇ ଅଜୟ ସାମଲ ପହଞ୍ଚି ମୃତ ଦେହ ଜବତ କରିଥିଳେ। ଏଥିସହ ପଞ୍ଚୁ ବେହେରାଙ୍କ ଚପଲ ଘଟଣାସ୍ଥଳରୁ ପୋଲିସ ଜବତ କରିଥିଲେ । ପୋଲିସ ରଞ୍ଜନ ଏବଂ ପଞ୍ଚୁଙ୍କ ଥାନାରେ ଅଟକ ରଖି ପଚରାଉଚରା ଜାରି କରୁଛି ।

Leave a Reply

Your email address will not be published. Required fields are marked *