ବି ଏନ ହାଇସ୍କୁଲ ପୁରାତନ ଛାତ୍ର ସଂଘ ର ବାର୍ଷିକ ସମ୍ବିଳନୀ

ବି ଏନ ହାଇସ୍କୁଲ ପୁରାତନ ଛାତ୍ର ସଂଘ ର ବାର୍ଷିକ ସମ୍ବିଳନୀ ଆନନ୍ଦପୁର ଆନନ୍ଦପୁର ସବଡିଭିଜନ ର ସର୍ବ୍ ପୁରାତନ ଶିକ୍ଷାନୁଷ୍ଠାନ ବି.ଏନ୍. ହାଇସ୍କୁଲ ର ପୁରାତନ ଛାତ୍ର ସଂଘ ର ବାର୍ଷିକ ସମ୍ମିଳନୀ ଆଜି ସ୍କୁଲ୍ ପ୍ରାଙ୍ଗଣରେ ପ୍ରାଧ୍ୟାପକ ରମାକାନ୍ତ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ସାରଙ୍ଗଧର ଷେଣ୍ଢ ଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଈ ଶୋକସଭା କରାଯାଇଥିଲା।
ସବୁ ବର୍ଷ ଭଳି ଶତାଧିକ ପୁରାତନ ଛାତ୍ର ଯୋଗଦାନ କରିଥିଲେ। ବି. ଏନ୍. ହାଇସ୍କୁଲ ପୁରାତନ ଛାତ୍ର ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ସଭାପତି ଶ୍ରୀ ମହେଶ୍ଵର ସାହୁ, ଉପସଭାପତି ଶ୍ରୀ କମଲୋଦର ବିଶ୍ବାଲ ଓ ଦୀଲିପ କୁମାର ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ଦୀଲିପ କୁମାର ସିଂହ,, ସହସଂପାଦକ ଶ୍ରୀ ସତ୍ଯବ୍ରତ ରାମ ଓ ଅଶୋକ କୁମାର ଶତପଥୀ, କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ସାହୁ, ସଂଯୋଜକ ଶ୍ରୀ ନିରାକାର ଦଳେଇ, ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ତତସହିତ ଉପଦେଷ୍ଟା ରୂପେ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମ ଚନ୍ଦ୍ର ସାହୁ, ରମାକାନ୍ତ ନାୟକ, ଦୀଲିପ କୁମାର ଦାଶ ଓ ଅଶୃମୋଚନ ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଛନ୍ତି.। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପବିତ୍ର ମୋହନ ବେହେରା, ନରେନ୍ଦ୍ର ସାହୁ, ଅଶୋକ କୁମାର ରାଉତ, ପ୍ରଦୀପ କୁମାର ଦାସ, ଦେବୀ ପ୍ରସାଦ ନନ୍ଦ, କୌଲାସ ନାୟକ, ପ୍ରାଣବନ୍ଧୁ ସାହୁ, ଉମାକାନ୍ତ ନାୟକ, ଦୁଲାଲ ଦାସ, ପୁନେଅଦୁଲାଲ ଦତ୍ତ, ଭାଗିରଥି ଦାଶ, ଅଜୟ କୁମାର ହେତା, ରବିନାରାୟଣ ହେତା, ରାଜେନ୍ଦ୍ର କୁମାର ସାହୁ, ହରେକୃଷ୍ଣ ପାତ୍ର, ପଦୁ ବାରିକ, ଟୁନା ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *