ବ୍ରହ୍ମପୁର-ସୁରତ-ବ୍ରହ୍ମପୁର ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସର ନିୟମିତ ସେବା।

ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସର ନିୟମିତ ସେବା।ରେଳ ମନ୍ତ୍ରଣାଳୟ ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଦୀର୍ଘ ଦୂରତା ରେଳ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଟ୍ରେନ ନମ୍ବର 19022/19021 ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ସେବାର ନିୟମିତ ସେବାକୁ ଅନୁମୋଦନ କରିଛି।ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି, ବ୍ୟବସାୟ ଏବଂ ଶ୍ରମଶକ୍ତିର ଗତିବିଧିକୁ ସମର୍ଥନ କରି ଆର୍ଥିକ ଏବଂ ଶିଳ୍ପ ଗତିଶୀଳତାକୁ ବୃଦ୍ଧି କରିବ।ଟ୍ରେନ ବିବରଣୀ:• ଟ୍ରେନ ନମ୍ବର 19022 ବ୍ରହ୍ମପୁର-ସୁରତ (ଉଧନା) ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ 6 ଅକ୍ଟୋବର ଠାରୁ ପ୍ରତି ସୋମବାର ରାତି 23 ଘ. 45 ମିନଟରେ ବ୍ରହ୍ମପୁରରୁ ଛାଡ଼ିବ ଏବଂ ବୁଧବାର ସକାଳ 08 ଘ. 45 ମିନଟରେ ଉଧନାରେ ପହଞ୍ଚିବ।ଫେରିବା ବେଳେ ଟ୍ରେନ୍ ନମ୍ବର 19021 ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ୍ 5 ଅକ୍ଟୋବରରୁ ପ୍ରତି ରବିବାର ସକାଳ 07 ଘ.10 ମିନଟରେ ଉଧନାରୁ ଛାଡିବ ଏବଂ ପରଦିନ ଅପରାହ୍ନ 1ଘ. 55 ମିନଟରେ ବ୍ରହ୍ମପୁରରେ ପହଞ୍ଚିବ।ଏହି ଟ୍ରେନ୍ ପଲାସା, ବିଜୟନଗରମ୍, ରାୟଗଡା, ଟିଟିଲାଗଡ଼, ରାୟପୁର, ନାଗପୁର, ଭୁସାୱାଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନରେ ରହଣି କରିବ।ରହଣି ସ୍ଥଳ (ଉଭୟ ପଟୁ):ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:ଶ୍ରୀକାକୁଲମ୍ ରୋଡ୍, ବୋବିଲି , ପାର୍ବତୀପୁରମ୍, ମୁନିଗୁଡା, କେସିଙ୍ଗା, କାଣ୍ଟାବାଞ୍ଜି, ଖରିଆର ରୋଡ୍, ମହାସମୁନ୍ଦ, ଦୂର୍ଗ, ଗୋଣ୍ଡିଆ, ୱାର୍ଧା, ବଡ଼ନେରା, ଆକୋଲା, ମାଲକାପୁର, ଜାଲଗାଓଁ, ଧାରଣଗାଓଁ , ଅମଲନେର, ସିନ୍ଧଖେଡ଼ା, ଦୋନ୍ଦାଇଚ, ନୱାପୁର, ବ୍ୟାରା ଏବଂ ବାରଡୋଲି ।ଅମୃତ ଭାରତ ଟ୍ରେନ୍ ସେବା ଆଧୁନିକ LHB କୋଚ୍ ସଂଯୋଗ ସହିତ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବ।କୋଚ୍ ସଂରଚନା:ଟ୍ରେନରେ 22ଟି ଆଧୁନିକ ଶ୍ରେଣୀ କୋଚ୍ ରହିବ ଯେଉଁଥିରେ ୧୧ ଟି ଜେନେରାଲ୍ ଶ୍ରେଣୀ ସିଟିଂକୋଚ, 08 ଟି ସ୍ଲିପର୍ ଶ୍ରେଣୀ କୋଚ, 02 ଟି ଲଗେଜ୍ କମ ଦିବ୍ୟାଙ୍ଗଜନ କୋଚ୍ ଏବଂ 01ଟି ପ୍ୟାଣ୍ଟ୍ରି କାର୍ ଅନ୍ତର୍ଭୁକ୍ତ।ଏହି ସେବା ପଶ୍ଚିମ ଏବଂ ପୂର୍ବ ଭାରତ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବା ସହିତ ଏକ ନିରାପଦ, ଆରାମଦାୟକ ଏବଂ ଦ୍ରୁତ ଯାତ୍ରା ବିକଳ୍ପ ପ୍ରଦାନ କରି ହଜାର ହଜାର ଯାତ୍ରୀଙ୍କୁ ଉପକୃତ କରିବ।ଅମୃତ ଭାରତ ଏକ୍ସପ୍ରେସ ଦୀର୍ଘ ଦୂରତା ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାର ଆଧୁନିକ ଡିଜାଇନ୍, ସୁଲଭ ଭଡ଼ା ଏବଂ ଏଲଏଚବି କୋଚ୍, ଏହି ସେବା ବିଶେଷ କରି ମଧ୍ୟମ ବର୍ଗର ଯାତ୍ରୀମାନଙ୍କୁ ଉପକୃତ କରିବ ଯେଉଁମାନେ ଆଞ୍ଚଳିକ ଅଭିବୃଦ୍ଧି ଏବଂ ଜନ କୈନ୍ଦ୍ରିକ ବିକାଶରେ ଯୋଗଦାନ ଦେବା ସହିତ ସୁଲଭ ଯାତ୍ରା ଉପରେ ନିର୍ଭର କରନ୍ତି |

Leave a Reply

Your email address will not be published. Required fields are marked *