ଜଗତସିଂହପୁରର ପୂର୍ବତନ ବିଧାୟକ ଙ୍କ ପରଲୋକ

ଜଗତସିଂହପୁରର ପୂର୍ବତନ ବିଧାୟକ ଙ୍କ ପରଲୋକ
ଜଗତସିଂହପୁର, ତା ୩/୧୦/୨୫:ଆଜି ପୂର୍ବାହ୍ନ ରେ ଜଗତସିଂହପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ଇହଲୀଳା ସମ୍ବରଣ କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ମଲ୍ଲିକ ଜଣେ ଲୋକପ୍ରିୟ ସଂଗଠକ ଏବଂ ଆଧ୍ୟାତ୍ମିକ ଚେତନା ବାଦୀ ବ୍ୟକ୍ତିତ୍ଵ ଥିଲେ । ସେ ୧୯୮୦ ରୁ ୧୯୮୫ ପର୍ଯ୍ୟନ୍ତ ଜଗତସିଂହପୁର ସଂରକ୍ଷିତ ବିଧାନସଭା ଆସନରୁ କଂଗ୍ରେସ ଦଳ ରୁ ଓଡିଶା ବିଧାନସଭାକକୁ ପ୍ରତିନିଧିତ୍ୱ କରିଥିଲେ।
ଆଜି ତାଙ୍କର ମର ଶରୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଶୋକପ୍ରକାଶ କରିବା ସହ ତାଙ୍କ ଅମରଆତ୍ମାର ସଦ୍ଗତି କାମନା କରିଥିଲେ। ଏହି ଅବସର ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗର ଦିବାକର ପାତ୍ର ତଥା ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଅମର ଆତ୍ମା ଙ୍କ ସଦ୍ଗତି କାମନା କରିଥିଲେ।ସ୍ବର୍ଗତ ମଲ୍ଲିକ ଙ୍କର ବିୟୋଗ ରେ ସମଗ୍ର ଜଗତସିଂହପୁର ଜିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି।
ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *