ନିଜର ୨୮ ବର୍ଷ ବୟସରେ ୨୫ ଥର ରକ୍ତ ଦାନ କରି ଯୁବକ ଚର୍ଚ୍ଚାରେ

ନିଜର ୨୮ ବର୍ଷ ବୟସରେ ୨୫ ଥର ରକ୍ତ ଦାନ କରି ଯୁବକ ଚର୍ଚ୍ଚାରେ

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ କୀର୍ତ୍ତନ ପୁର ଗ୍ରାମର ଯୁବ ପରିବେଶ ସେବକ ସୁଭାଶିଷ ସ୍ଵାଇଁ ଯିଏକି ୨୮ ବର୍ଷ ବୟସରେ ୨୫ ଥର ରକ୍ତ ଦାନ କରିଛନ୍ତି। ଆଜି ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଏବଂ ବିଜୟା ଦଶମୀ ଏହି ଅବସରରେ ଜଗତସିଂହପୁର ସ୍ଥିତ ଇଚ୍ଛାପୁର ଅଞ୍ଚଳର ଜଣେ ମହିଳାଙ୍କୁ ରକ୍ତ ଦେଇ ୨୫ ଥର ରକ୍ତ ଦେବା କାର୍ଯ୍ୟ ସମାପ୍ତ କରିଛନ୍ତି। ଏବଂ ଆଗକୁ ୧୦୦ ଥର ରକ୍ତ ଦାନ କରିବାକୁ ତାଙ୍କର ଲକ୍ଷ ଅଛି ବୋଲି ସୁଭାଶିଷ ସ୍ଵାଇଁ ପରିପ୍ରକାଶ କରିଛନ୍ତି। ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ତିର୍ତ୍ତୋଲ ବ୍ଲକ୍ କଂଗ୍ରେସ ଉପ ସଭାପତି ଧନଞ୍ଜୟ ସୁତାର ଙ୍କ ସମେତ ଅନେକ ଲୋକ ସାଧୁବାଦ୍ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *