ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଜିମ୍ନାଷ୍ଟିକ୍

ତା -୧୯-୯-୨୬ ରିଖ ରାଜ୍ୟ ବିଦ୍ୟାଳୟ କ୍ରୀଡା ବିଭାଗ ଓ ପୁରୀ ବିଦ୍ୟାଳୟ କ୍ରୀଡା ସଂଗଠନ ତରଫରୁ ରାଜ୍ୟସ୍ତରୀୟ ଜିମ୍ନାଷ୍ଟିକ୍, କୁସ୍ତି ଓ ମାଲଖମ୍ବ ପ୍ରତିଯୋଗିତା ପୁରୀ ଜିଲ୍ଲା ସ୍କୁଲ୍ ପରିସର ରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାରୁ ପ୍ରାୟ ୨୫୦ ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ୨୦ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହେବ ।ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ ଏଥିରେ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ନଗର ନିଗମ, ପୁରୀର ସହାୟକ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଉପସ୍ଥିତ ରହି ଶାରୀରିକ ଶିକ୍ଷା ପିଲାମାନଙ୍କୁ ସୁସ୍ଥ ଓ ନିରାମୟ ରଖିବା ସହ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ ଓ ନେତୃତ୍ୱର ଭାବନା ଜାଗ୍ରତ କରିଥାଏ ବୋଲି ଅଭିବ୍ୟକ୍ତି ମାଧ୍ୟମରେ ପ୍ରେରଣା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଶ୍ରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ରହି ଶାରୀରିକ ଶିକ୍ଷା ଓ କ୍ରୀଡାର ଗୁରୁତ୍ଵ ସମ୍ପର୍କରେ ସୂଚନା ପ୍ରଦାନ ସହ ନିଜର ଓଜସ୍ବୀ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ, ରାଜ୍ୟ ବିଦ୍ୟାଳୟ କ୍ରୀଡା ବିଭାଗ ଶ୍ରୀ ସପନ କୁମାର ଜେନା, ସାମ୍ପ୍ରତିକ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ପରିଡ଼ା, ଜିଲ୍ଲା କ୍ରୀଡା ଅଧିକାରୀ, ପୁରୀ ଶ୍ରୀ ଚନ୍ଦନ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦ୍ବିତୀକାନ୍ତ ପ୍ରଧାନ ଓ ଶ୍ରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ୍, ପ୍ରାକ୍ତନ ସହାୟକ ନିର୍ଦ୍ଦେଶକ ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ଶାରୀରିକ ଶିକ୍ଷା ଅଧିକାରୀ, ପୁରୀ ଶ୍ରୀ ମହେନ୍ଦ୍ର କୁମାର ବିଶ୍ବାଳ ଓ ସାଙ୍ଗଠନିକ ସମ୍ପାଦକ, ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ, ପୁରୀ ଜିଲ୍ଲା ସ୍କୁଲ୍ ଦୁର୍ଗେଶନ୍ଦିନୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର ସାରଗର୍ଭକ ଭାଷଣ ଦ୍ଵାରା ଉତ୍ସାହିତ ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟରୁ ପ୍ରାୟ ୩୦ ଜଣ ଅଫିସିଆଲ୍ ପ୍ରତିଯୋଗିତା ପରିଚାଳନା ପାଇଁ ଯୋଗଦାନ କରିଛନ୍ତି । ସାମ୍ପ୍ରତିକ ଭାର ପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ନିହାର ରଞ୍ଜନ ପଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାର ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ସୂର୍ଯ୍ୟ ସାର୍ ଓ ରଞ୍ଜିତ୍ ସାର୍ ତାଙ୍କୁ ମଞ୍ଚ ପରିଚାଳନା ରେ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *