ରଘୁନାଥପୁର ରେ ଶାରଦୀୟ ଦୁର୍ଗାପୂଜା
ରଘୁନାଥପୁର ରେ ଶାରଦୀୟ ଦୁର୍ଗାପୂଜା।
ରଘୁନାଥପୁର ତା ୪/୧୦:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ଶାରଦୀୟ ଦୁର୍ଗାପୂଜା ଯଥାରିତିନିତି ମୁତାବକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜଗନ୍ନାଥପୁର ବାଗସାହି ପୂଜାମଣ୍ଡପରେ ମା ଦୁର୍ଗାଙ୍କୁ ଆବାହନ କରାଯାଇ ମହାସପ୍ତମୀ,ମହାଅଷ୍ଟମୀ, ମହାନବମୀ ଓ ବିଜୟା ଦଶମୀ ଦୁମଧାମରେ ପାଳନ କରାଯାଇଥିଲା।ମହାଅଷ୍ଟମୀରେ ସନ୍ଧିପୂଜା ସହିତ ଝୁଣାମରା କାର୍ଯ୍ୟକ୍ରମ ଏକ ନିଆରାପରମ୍ପରା। ଗ୍ରାମବାସୀ ମାନେ ଏହିଦିନ ଝୁଣାମାରି ମାଆଙ୍କ ଆଶିଷ ଭିକ୍ଷାକରିଥାନ୍ତି।ସେହିପରି ରଘୁନାଥପୁର ବଡଦାଣ୍ଡ ସାହି ରେ ଦୁଇଗୋଟି ମେଡ ଓ ବାମ୍ଫିତୋଳା ଠାରେ ଶିବପାର୍ବତୀ ମେଡ ପୂଜାଅର୍ଚ୍ଚନା କରାଯାଇଥିଲା।ଶୁକ୍ରବାର ମା ଙ୍କୁ ମେଲାଣି ଦିଆଯାଇଥିଲା।ସୁସଜିତ କରାଯାଇ ବାଜାବାଣ ରୋସଣିରେ ୪ଗୋଟି ମେଢକୁ ଗ୍ରାମ ପରିକ୍ରମା କରାଯାଇ ବିସର୍ଜନ କରାଯାଇଛି।ସେହିପରି ଭାସେଳିପୁର, ସରକାର ସାହି,ଗୋପାଳପୁର, ପୁରଣଓଡପଡା ରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି।
