ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଶ୍ରୀ ଅମିତ ଶାହଜାମ୍ମୁ-କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ମୋଦୀ ସରକାରଙ୍କ ପ୍ରାଥମିକତା

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଶ୍ରୀ ଅମିତ ଶାହଜାମ୍ମୁ-କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ମୋଦୀ ସରକାରଙ୍କ ପ୍ରାଥମିକତା: ଗୃହମନ୍ତ୍ରୀ ସୁରକ୍ଷା ସଂସ୍ଥାଗୁଡ଼ିକର ଦୃଢ଼ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରର ଶତ୍ରୁମାନଙ୍କ ଦ୍ୱାରା ପୋଷିତ ଆତଙ୍କବାଦୀ ନେଟୱାର୍କ ପ୍ରାୟ ସମାପ୍ତ ହୋଇଛିକେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ପ୍ରୟାସକୁ ଦମନ କରିବା ପାଇଁ ଆମ ସୁରକ୍ଷା ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିବଶ୍ରୀ ଅମିତ ଶାହ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତିଏହି ଅଞ୍ଚଳରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ପାଇଁ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେକେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଶୀତ ଋତୁ ଆରମ୍ଭ ହେବା ସହିତ, ଆତଙ୍କବାଦୀମାନେ ଯେପରି ତୁଷାରପାତର ଫାଇଦା ଉଠାଇ ସୀମା ଆରପଟୁ ଅନୁପ୍ରବେଶ ନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକକେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ସେନା ମୁଖ୍ୟ, ଜାମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସି. ଏ. ପି. ଏଫ୍.)ର ମହାନିର୍ଦ୍ଦେଶକ ଏବଂ ଭାରତ ସରକାର, ସେନା ଏବଂ ଜାମ୍ମୁ-କାଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଶ୍ରୀ ଅମିତ ଶାହ ଆତଙ୍କବାଦ ମୁକ୍ତ ଜାମ୍ମୁ-କାଶ୍ମୀର ଲକ୍ଷ୍ୟ ହାସଲ ଦିଗରେ ମୋଦୀ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ସେ କହିଥିଲେ ଯେ, ସୁରକ୍ଷା ସଂସ୍ଥାଗୁଡ଼ିକର ଦୃଢ଼ ପ୍ରୟାସ ଯୋଗୁଁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରର ଶତ୍ରୁମାନଙ୍କ ଦ୍ୱାରା ପୋଷିତ ଆତଙ୍କବାଦୀ ନେଟୱାର୍କ ପ୍ରାୟ ପଙ୍ଗୁ ହୋଇଯାଇଛି। ସେ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ, ଏହି ପ୍ରୟାସକୁ ଜାରି ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ଯୋଗାଇ ଦିଆଯିବ। ଏହି ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ପ୍ରୟାସକୁ ଦମନ କରିବା ପାଇଁ ଆମ ସୁରକ୍ଷା ବାହିନୀକୁ କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିବ।ଶ୍ରୀ ଶାହ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ, ଯାହା ଜାମ୍ମୁ-କାଶ୍ମୀରରେ ସାମଗ୍ରିକ ସୁରକ୍ଷା ପରିଦୃଶ୍ୟକୁ ଦୃଢ଼ କରିବାରେ ସହାୟକ ହୋଇଛି। ଏହି ଅଞ୍ଚଳରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମନ୍ୱିତ ଏବଂ ସତର୍କତାର ସହ କାର୍ଯ୍ୟ କରିବାରେ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଶୀତ ଋତୁ ଆରମ୍ଭ ହେବା ସହିତ, ଆତଙ୍କବାଦୀମାନେ ଯେପରି ତୁଷାରପାତର ଫାଇଦା ଉଠାଇ ସୀମା ଆରପଟୁ ଅନୁପ୍ରବେଶ ନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *