ଶ୍ରୀ ଜଗନ୍ନାଥ ପୁରୀରେ ବିଶ୍ବ ବୈଦିକ ଦିବସ ତଥା ଦୀପୋତ୍ସବ ପାଳିତ।

୦୯/୧୦/୨୦୨୫ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଶାର ସମସ୍ତ ବିଶିଷ୍ଟ ବୈଦିକମାନଙ୍କ ଦ୍ଵାରା ବିଶ୍ଵ ବୈଦିକ ଦିବସ ତଥା ଦୀପୋତ୍ସବ ପାଳିତ ହୋଇଯାଇଅଛି। ଗୁରୁଜୀ ପ୍ରଫେସର ଦିବାକର ମହାପାତ୍ରଙ୍କ ଆବାହକତ୍ୱରେ ପାପୁଡିଆ ମଠର ମହନ୍ତ ରାମକୃଷ୍ଣ ଦାସଜୀଙ୍କ ସହଯୋଗରେ ସମସ୍ତ ବୈଦିକମନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଲୁପ୍ତପ୍ରାୟ ଷଡ଼ଙ୍ଗ ବେଦର କିଭଳି ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର ହୋଇପାରିବ ଡଃ ରାମଚନ୍ଦ୍ର ହୋତା, ଡଃ ପରାମ୍ବା ଯୋଗମାୟା, ପଣ୍ଡିତ ଇନ୍ଦ୍ରମଣି ପତି, ପଣ୍ଡିତ ଗଙ୍ଗାଧର ପଣ୍ଡା, ପଣ୍ଡିତ ଅରୁଣ ମିଶ୍ର, ପଣ୍ଡିତ ବିଶ୍ବ ରଞ୍ଜନ ଚଇନି, ଡଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ସମସ୍ତ ବେଦ ଅଧ୍ୟାପକ ଓ ଛାତ୍ରମାନେ ଯୋଗଦାନ କରି ବେଦର ମହିମା ବ୍ୟାଖ୍ୟାନ କରିଥିଲେ।

Leave a Reply

Your email address will not be published. Required fields are marked *