ବି ଜେ ପି ଛାଡ଼ି ବି ଜେ ଡି ରେ ମିଶିଲେ ଶତାଧିକ ବି ଜେ ପି କର୍ମୀ ।
କନ୍ଧମାଳ ୦୯/୧୦/୨୦୨୫ ଫିରିଙ୍ଗିଆ ରେ କନ୍ଧମାଳ ବିଜୁଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ବ ନବୀନ ପଟ୍ଟନାୟକ ଙ୍କ ଶାସନରେ ଅନୁପ୍ରାଣିତ ହୋଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବି ଜେ ପି ଦଳର ବରିଷ୍ଠ ନେତୃତ୍ଵ ତଥା ବନ୍ଧଗଡ ର ପୂର୍ବତାନ ସରପଞ୍ଚ ଅନିଲ କହଁର, କେଲାପ ଡା ପଞ୍ଚାୟତର ବରିଷ୍ଟ ବି ଜେ ପି କର୍ମୀ ଗଣେଶ ପ୍ରଧାନ, ଶୁକଦେବ କହଁର, ମିଥୁନ ପ୍ରଧାନ, ଈଶ୍ୱର ବେହେରା, ସଞ୍ଜୀବ ପ୍ରଧାନ, ରାମକୃଷ୍ଣ ପ୍ରଧାନ ।

ପଦ୍ମନାଭ ବେହେରା ଜିଲ୍ଲାର ଦାୟିତ୍ଵ ଭାର ବହନ କରିବାକୁ ଦିନଠାରୁ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳର ସଂଗଠନ ବୃଦ୍ଧି ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ,ଅଙ୍ଗଦ କହଁର, ଦୁଗୁନି କହଁର, ଫୁଲବାଣୀ ବିଧାୟକ ପ୍ରଥିନି ଶ୍ରୀମତୀ ଜୟଶ୍ରୀ କହଁର ,ଫିରିଙ୍ଗିଆ ବ୍ଲକ ସମିତି ଅଧ୍ୟକ୍ଷା ଶ୍ରୀମତୀ ନମିତ। କହଁର ଓ କୈଳାସ ମୁଖି , ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
