ଭାରତ-ଇଏଫଟିଏ ବାଣିଜ୍ୟ ଚୁକ୍ତି:
ଭାରତ-ଇଏଫଟିଏ ବାଣିଜ୍ୟ ଚୁକ୍ତି: 100 ବିଲିୟନ ଡଲାର ନିବେଶ ଏବଂ 10 ଲକ୍ଷ ନିଯୁକ୍ତିର ସୁଯୋଗମୁଖ୍ୟାଂଶଭାରତ ଏବଂ ଇଏଫଟିଏ 2024 ମସିହା ମାର୍ଚ୍ଚ ମାସ 10 ତାରିଖରେ ବାଣିଜ୍ୟ ଏବଂ ଆର୍ଥିକ ଭାଗିଦାରୀ ରାଜିନାମା (ଟିଇପିଏ) ସ୍ୱାକ୍ଷର କରିଥିଲେ; ଏହା 2025 ମସିହା ଅକ୍ଟୋବର 1 ତାରିଖରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ଏଫଟିଏ ଥିଲା।ଟିଇପିଏ 15 ବର୍ଷ ମଧ୍ୟରେ 100 ବିଲିୟନ ଆମେରିକୀୟ ଡଲାରର ନିବେଶ ଏବଂ 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା କୌଣସି ଭାରତୀୟ ଏଫଟିଏରେ ଏହି ପ୍ରକାରର ପ୍ରଥମ ଉତ୍ତରଦାୟୀ ପ୍ରତିଶ୍ରୁତି।ଇଏଫଟିଏ 92.2% ଟାରିଫ୍ ଲାଇନ (ଭାରତର ରପ୍ତାନିର 99.6%)କୁ କଭର କରୁଥିବା ବେଳେ ଭାରତ 82.7% (ଇଏଫଟିଏର ରପ୍ତାନିର 95.3%) କଭର କରେ, ଯାହା ଦୁଗ୍ଧ, ସୋୟା, କୋଇଲା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରକୁ ସୁରକ୍ଷା ଦିଏ।ଏହି ଚୁକ୍ତି ବଜାର ପ୍ରବେଶକୁ ବିସ୍ତାର କରିଥାଏ, ଉତ୍ପାଦନ ଏବଂ ନବସୃଜନକୁ ପ୍ରେରଣା ଦିଏ, ଏବଂ ପ୍ରଯୁକ୍ତିବିଦ୍ୟା ଓ ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରେ।ନର୍ସିଂ, ଆକାଉଣ୍ଟାନ୍ସି ଏବଂ ସ୍ଥାପତ୍ୟ ଭଳି କ୍ଷେତ୍ରରେ ଡିଜିଟାଲ ବିତରଣ, ବାଣିଜ୍ୟିକ ଉପସ୍ଥିତି, ପେସାଦାର ଗତିଶୀଳତା ଏବଂ ପାରସ୍ପରିକ ସ୍ୱୀକୃତି ରାଜିନାମା (ଏମଆରଏ) ମାଧ୍ୟମରେ ସେବା ରପ୍ତାନୀ ଲାଭ କରିଥାଏ।10 ମାର୍ଚ୍ଚ 2024ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଭାରତ-ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇଏଫଟିଏ) ବାଣିଜ୍ୟ ଏବଂ ଆର୍ଥିକ ସହଭାଗୀତା ଚୁକ୍ତିନାମା (ଟିଇପିଏ) 1 ଅକ୍ଟୋବର 2025ରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଭାରତର ବାହ୍ୟ ବାଣିଜ୍ୟ ନୀତିରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା। ଇଏଫଟିଏ ହେଉଛି ଆଇସଲ୍ୟାଣ୍ଡ, ଲିଚେନଷ୍ଟାଇନ, ନରୱେ ଏବଂ ସ୍ୱିଜରଲ୍ୟାଣ୍ଡର ଆନ୍ତଃସରକାରୀ ସଂଗଠନ। ଏହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଏବଂ ପରିମାଣ ଓ ଉଦ୍ଦେଶ୍ୟ ଦୃଷ୍ଟିରୁ ସବୁଠାରୁ ମହତ୍ୱାକାଂକ୍ଷୀ ଚୁକ୍ତିନାମା ମଧ୍ୟରୁ ଅନ୍ୟତମ। ଏହି ରାଜିନାମାରେ ଉତ୍ପାଦ ପାଇଁ ବଜାର ସୁବିଧା, ଉତ୍ପତି ସ୍ଥାନର ନିୟମ, ବାଣିଜ୍ୟ ସୁବିଧା, ବାଣିଜ୍ୟିକ ସମାଧାନ, ବୌଦ୍ଧିକ ସମ୍ପତ୍ତି ଅଧିକାର, ବାଣିଜ୍ୟ ଓ ଦୀର୍ଘସ୍ଥାୟୀ ବିକାଶ ଆଦି 14ଟି ପ୍ରମୁଖ ଅଧ୍ୟାୟକୁ ସାମିଲ କରାଯାଇଛି। ଏହି ରାଜିନାମା ଆଗାମୀ 15 ବର୍ଷ ମଧ୍ୟରେ 100 ବିଲିୟନ ଡଲାର ନିବେଶ ସୁଯୋଗ ସହିତ ଭାରତରେ ପ୍ରାୟ 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।ଟିଇପିଏ ଏକ ଆଧୁନିକ ଏବଂ ମହତ୍ୱାକାଂକ୍ଷୀ ଚୁକ୍ତିନାମା ଯାହା ଭାରତ ଦ୍ୱାରା ସ୍ୱାକ୍ଷରିତ କୌଣସି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ପ୍ରଥମ ଥର ପାଇଁ ନିବେଶ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେଇଛି। ଇଏଫଟିଏର ଅନୁଚ୍ଛେଦ 7.1 ମୁତାବକ ଆସନ୍ତା ଦଶ ବର୍ଷ ମଧ୍ୟରେ ଭାରତରେ 50 ବିଲିୟନ ଏବଂ ଏହାର ପରବର୍ତ୍ତୀ 5 ବର୍ଷରେ ଅତିରିକ୍ତ 50 ବିଲିୟନ ଡଲାର ନିବେଶ କରାଯିବ। ନିବେଶ ସୁବିଧା ନିମନ୍ତେ ଗତ ଫେବୃଆରୀ ଠାରୁ ଏକ ଉତ୍ସର୍ଗୀକୃତ ଭାରତ-ଇଏଫଟିଏ ଡେସ୍କ ଖୋଲାଯାଇଛି ଯାହା ସମ୍ଭାବ୍ୟ ନିବେଶକଙ୍କୁ ଅକ୍ଷୟ ଶକ୍ତି, ଜୀବ ବିଜ୍ଞାନ, ଇଞ୍ଜିନିୟରିଂ, ଡିଜିଟାଲ ରୂପାନ୍ତରଣ କ୍ଷେତ୍ରରେ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ ଯୋଗାଇ ଦେବ। ଇଏଫଟିଏ 92.2% ଶୁଳ୍କ ଲାଇନରେ ଶୁଳ୍କ ରିହାତି ପ୍ରଦାନ କରିଥାଏ ଯାହା ଭାରତର ରପ୍ତାନିରେ 99.6% ଭାଗକୁ ସାମିଲ କରିଥାଏ। ଏହାର ଜବାବରେ ଭାରତ 82.7% ଟାରିଫ୍ ଲାଇନରେ ପ୍ରବେଶ ବିସ୍ତାର କରିଛି, ଯାହା ଦୃଢ଼ ସୁରକ୍ଷା ସହିତ ଇଏଫଟିଏ ରପ୍ତାନିର 95.3% ଭାଗ ହାସଲ କରିଥାଏ। ଦୁଗ୍ଧ, ସୋୟା, କୋଇଲା, ଔଷଧ, ଚିକିତ୍ସା ଉପକରଣ ଏବଂ କିଛି ଖାଦ୍ୟ ଉତ୍ପାଦ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ବାଦ ଦିଆଯାଇଛି।ଭାରତର ମୋଟ ମୂଲ୍ୟ ସଂଯୋଜିତ (ଜିଭିଏ) ରେ ସେବାଗୁଡିକ 55% ରୁ ଅଧିକ ଅବଦାନ ରଖେ ଏବଂ ଟିଇପିଏ ଜ୍ଞାନ ଓ ଡିଜିଟାଲ୍ ସେବାରେ ପରବର୍ତ୍ତୀ ପିଢ଼ିର ବାଣିଜ୍ୟ ପାଇଁ ଏକ ମଞ୍ଚ ପ୍ରଦାନ କରେ। ଭାରତ 105 ଉପ-କ୍ଷେତ୍ର ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ଇଏଫଟିଏ ସ୍ୱିଜରଲ୍ୟାଣ୍ଡରୁ 128, ନରୱେରୁ 114, ଆଇସଲ୍ୟାଣ୍ଡରୁ 110 ଏବଂ ଲିଚେନଷ୍ଟାଇନ୍ରୁ 107 କ୍ଷେତ୍ର ପ୍ରଦାନ କରେ। ଏଥିରେ ଆଇଟି ଏବଂ ବ୍ୟବସାୟ ସେବା, ଶିକ୍ଷା, ଗଣମାଧ୍ୟମ, ସାଂସ୍କୃତିକ ଏବଂ ବୃତ୍ତିଗତ ସେବା ଭଳି ପ୍ରମୁଖ ଭାରତୀୟ କ୍ଷେତ୍ର ଅନ୍ତର୍ଭୁକ୍ତ।ଟିଇପିଏର ଏକ ପ୍ରମୁଖ ବ୍ୟବସ୍ଥା ହେଉଛି ନର୍ସିଂ, ଚାଟାର୍ଡ ଆକାଉଣ୍ଟାନ୍ସି ଏବଂ ସ୍ଥାପତ୍ୟ ଭଳି ବୃତ୍ତିରେ ପାରସ୍ପରିକ ଚିହ୍ନଟ ଚୁକ୍ତିନାମା (ଏମଆରଏ) ଅନ୍ତର୍ଭୁକ୍ତ କରିବା, ଯାହା ବୃତ୍ତିଗତ ଗତିଶୀଳତାକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ। ଟିଇପିଏ ମଧ୍ୟ ଆଇଟି ଏବଂ ବ୍ୟବସାୟ ସେବା, ସାଂସ୍କୃତିକ ଓ ମନୋରଞ୍ଜନ, ଶିକ୍ଷା ଓ ଅଡିଓଭିଜୁଆଲ୍ ସେବା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତୀୟ ସେବା ରପ୍ତାନିକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ସେବାର ଡିଜିଟାଲ ବିତରଣ, ବ୍ୟବସାୟିକ ଗତିବିଧି, ଦକ୍ଷ ପେସାଦାରଙ୍କ ପ୍ରବେଶ ଏବଂ ଅସ୍ଥାୟୀ ପ୍ରବାସ ଲାଗି ନିଶ୍ଚିତତା ଜରିଆରେ ଇଏଫଟିଏର ସେବା ପ୍ରତିବଦ୍ଧତା ଉନ୍ନତ ବଜାର ସୁବିଧା ପ୍ରଦାନ କରିଥାଏ।ଜନସ୍ୱାସ୍ଥ୍ୟ ଏବଂ ଜେନେରିକ କ୍ଷେତ୍ରରେ ଭାରତର ନମନୀୟତାକୁ ସୁରକ୍ଷିତ ରଖି ଟିଇପିଏ ବୌଦ୍ଧିକ ସମ୍ପତ୍ତି ଅଧିକାର କ୍ଷେତ୍ରରେ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରଦାନ କରିଥାଏ। ଏହା ମଧ୍ୟ ଉଭୟ ପକ୍ଷ ମଧ୍ୟରେ ନବସୃଜନ ଏବଂ ବିଶ୍ୱାସକୁ ସୁଦୃଢ଼ କରିଥାଏ। ଟିଇପିଏରେ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ, ସାମାଜିକ ପ୍ରଗତି ଓ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି।ଏହା ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ। ଯନ୍ତ୍ରପାତି, ଜୈବିକ ରାସାୟନିକ ପଦାର୍ଥ, ବୟନ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଭଳି କ୍ଷେତ୍ରର ଭାରତୀୟ ରପ୍ତାନିକାରୀମାନେ ଇଏଫଟିଏ ବଜାରରେ ଯଥେଷ୍ଟ ଉନ୍ନତ ପ୍ରବେଶ ପାଇବେ। ଏହା ପ୍ରତିଯୋଗିତାମୂଳକତା ବୃଦ୍ଧି କରିବ, ଅନୁପାଳନ ଖର୍ଚ୍ଚ ହ୍ରାସ କରିବ ଏବଂ ଭାରତୀୟ ଉତ୍ପାଦ ପାଇଁ ବଜାର ପ୍ରବେଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।COUNTRY-SPECIFIC GAINSEFTA NationsProducts / HS CodesTariff Concessions / OpportunitiesSwitzerlandFood PreparationsTariffs up to 127.5 CHF/100 kg eliminated; scope for Indian exportsConfectionery, BiscuitsDuty cuts create opportunities in processed foodsFresh GrapesTariffs up to 272 CHF/100 kg eliminatedNuts & Seeds, Fresh VegetablesZero tariffs post FTA, boosting competitivenessNorwayFood Preparations, CondimentsDuty-free access on several tariff linesRiceTariff reductions (non-feed purposes) open new marketsProcessed Vegetables & FruitsDuty-free access on selected linesBiscuits, Malt Extracts, BeveragesTariff relief improves access for Indian brandsIcelandProcessed FoodsHigh MFN tariffs (up to 97 ISK/kg) cut to zeroChocolate & ConfectioneryDuties eliminated; strong potential for processed food exportsFresh/Chilled VegetablesTariff eliminationଇଏଫଟିଏ ଦେଶଗୁଡ଼ିକ ବିଶ୍ୱର 3% କଫି ଆମଦାନୀ କରିଥା’ନ୍ତି। ବର୍ତ୍ତମାନ କଫି ଜାତୀୟ ଉତ୍ପାଦ ଉପରେ ଶୂନ୍ୟ ଶୁଳ୍କ ଲାଗୁ ହୋଇଥିବାରୁ ଭାରତକୁ ସ୍ବିଜରଲ୍ୟାଣ୍ଡ ଏବଂ ନରୱେ ଭଳି ଲାଭଜନକ ବଜାରରେ ପ୍ରବେଶ ମିଳିପାରିବ। ଶୁଳ୍କ ରିହାତି ଦ୍ୱାରା ଭାରତର ସାମୁଦ୍ରିକ ଉତ୍ପାଦ କ୍ଷେତ୍ରକୁ ମଧ୍ୟ ଲାଭ ମିଳିବ।COUNTRY-WISE MARKET BENEFITS NorwayExemption of duty of up to 13.16% on fish and shrimp feed, making Indian products more competitive and enhancing exports of feed and raw materials. IcelandTariff elimination of up to 10% on frozen, prepared and preserved shrimps, prawns, squid and cuttlefish, along with reductions of up to 55% on fish feed.SwitzerlandZero duty on fats and oils of fish (excluding liver oil).ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ରକୁ ମଧ୍ୟ ଲାଭ ମିଳିବ। ଇଏଫଟିଏ ସହିତ ଶିଳ୍ପ ସାମଗ୍ରୀ ରପ୍ତାନି 2024-25ରେ ବାର୍ଷିକ 18% ବୃଦ୍ଧି ପାଇ 315 ନିୟୁତ ଡଲାରରେ ପହଞ୍ଚିଥିବାରୁ ଏହି କ୍ଷେତ୍ର ମଧ୍ୟ ଲାଭ ପାଇବ। ଏହାବ୍ୟତୀତ ବୟନ, ପୋଷାକ, ରତ୍ନ ଓ ଅଳଙ୍କାର ଆଦି କ୍ଷେତ୍ରରେ ମଧ୍ୟ ଭାରତୀୟ ଉତ୍ପାଦକୁ ଶୁଳ୍କମୁକ୍ତ ବଜାର ମିଳିବ। ଇଲେକ୍ଟ୍ରୋନିକ୍ସ ଏବଂ ସଫ୍ଟୱେର କ୍ଷେତ୍ରରେ 100 ବିଲିୟନ ଆମେରିକୀୟ ଡଲାର ନିବେଶ ପ୍ରତିଶ୍ରୁତି ସହିତ ଭାରତକୁ ଉଚ୍ଚ ଆୟ ବର୍ଗର ୟୁରୋପୀୟ ବଜାରରେ ପ୍ରବେଶ ମିଳିବ।COUNTRY-WISE MARKET POTENTIAL Switzerland Medical electronics (diagnostic devices, wearables), smart sensors and embedded systems, secure communication modules (for fintech and banking). Strategic edge: Leverage TEPA’s IPR chapter to protect proprietary technology. NorwayEV components and battery management systems, marine electronics (navigation, sonar, IoT buoys), smart grid and energy monitoring devices. Strategic edge: Align with Norway’s climate-tech goals and public procurement channels. Iceland Compact medical devices and diagnostics, smart home and energy-efficient electronics, educational tech hardware (tablets, sensors). Strategic edge: Target niche distributors and public health initiatives Liechtenstein Industrial control systems, secure embedded electronics for banking, high-precision components for OEMs. Strategic edge: Position India as a reliable EMS partner for European OEMs. 95% ରସାୟନ, ପ୍ଲାଷ୍ଟିକ ଏବଂ ଆନୁସଙ୍ଗିକ ଉତ୍ପାଦ କ୍ଷେତ୍ରରେ ଭାରତୀୟ ଉତ୍ପାଦଗୁଡ଼ିକୁ ଶୂନ ପ୍ରତିଶତ କିମ୍ବା କମ୍ ଶୁଳ୍କ ପାଇଁ ଅନୁମତି ମିଳିଛି। ଏହା ଭାରତୀୟ ଶିଳ୍ପଗୁଡ଼ିକୁ ଲାଭ ପହଞ୍ଚାଇବ। ଟିଇପିଏ ଭାରତ ପାଇଁ କେବଳ ଏକ ବାଣିଜ୍ୟିକ ରାଜିନାମା ନୁହେଁ ଏହା ସହଯୋଗୀ ଦେଶ ମଧ୍ୟରେ ରଣନୀତିକ ବିଶ୍ୱାସର ପ୍ରତୀକ। ଏହା ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଭରସାଯୋଗ୍ୟ ଭାଗିଦାର କରିଛି। ଏହି ରାଜିନାମା ନିବେଶ, ନିଯୁକ୍ତି, ପ୍ରଯୁକ୍ତି ଓ ଦୀର୍ଘସ୍ଥାୟିତ୍ୱ ପାଇଁ ମାର୍ଗ ପ୍ରଶସ୍ତ କରିଛି ।
