ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଆହତ

କୋଣାର୍କ – ଗତ ରବିବାର ବିଳମ୍ବିତ ରାତ୍ରିରେ ଚନ୍ଦ୍ରଭାଗା ବଜାରରେ କଥା କଟାକଟିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଓ ବାଡ଼ିଆବାଡି ହୋଇ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ କୋଣାର୍କ ଅଞ୍ଚଳରେ ଗତକାଲି ମା ଲକ୍ଷ୍ମୀଙ୍କ ଭସାଣୀକୁ ନେଇ କୋଣାର୍କ ପୋଲିସି ପକ୍ଷାରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମୟ ୧୧ଟା ୩୦ ସୁଦ୍ଧା ଅଞ୍ଚଳର ସମସ୍ତ ଭସାଣୀ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯିବାପରେ ବିନା ଅନୁମତିରେ ନିମାପଡା ଗଡଅଣ୍ଡିଆ ସାହିର କିଛି ଯୁବକ ଭସାଣୀ କରିବା ପରେ  ଚନ୍ଦ୍ରଭାଗା ଆସିଥିଲେ । ଏହି ସମୟରେ ସ୍ଥାନୀୟ ମାଙ୍କଡ଼ଗୋରଡି ଗ୍ରାମର କିଛି ଯୁବକ ଭସାଣୀ ସାରି ଫେରୁଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୈଣସି କାରଣକୁ ନେଇ କଥା କଟାକଟି ଉତ୍ତେଜନା ବୃଦ୍ଧି ପାଇଥିଲା ଫଳରେ ଉଭୟ ମଧ୍ୟରେ ହାତାହାତି ବାଡ଼ିଆ ବାଡି ହୋଇଥିଲେ। ସେଠାରେ ନିମାପଡ଼ାର ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ପ୍ରଥମେ ମାଙ୍କରଗୋରଡି ଗ୍ରାମର ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ପରେ ଖବର ପାଇ ଗ୍ରାମବାସୀ ମାନେ ଏକତ୍ର ହୋଇ ନିମାପଡ଼ା ଅଞ୍ଚଳର ଲୋକଙ୍କୁ ପଚରା ଉଚରା କରିବାରୁ ପୁଣି ଗଣ୍ଡଗୋଳ ସୃଷ୍ଟି ହୋଇ ବାଡିଆବାଡ଼ି ହୋଇଥିଲେ। ଯାହା ଫଳରେ ଉଭୟ ପକ୍ଷରୁ ୨୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହାତ ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ନିମାପଡ଼ାରେ ଉତେଜନା ପରିସ୍ଥିତି ଥିବା ବେଳେ ସେଠାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ତଦନ୍ତ କରି ଆହତ ମାନଙ୍କୁ ଭେଟି ପଚରା ଉଚୁରା କରିଥିଲେ। ଏହି ଘଟଣାକୁ ନେଇ କୋଣାର୍କ ଥାନା କେସ ନମ୍ବର ୨୦୩/୨୫ ଓ ୨୦୪/୨୫ ରେ ଦୁଇଟି ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି। ଉଭୟ ପକ୍ଷରୁ ଆହତ ବ୍ୟକ୍ତି ମାନେ ଭୁବନେଶ୍ବର ଓ ପୁରୀ ମେଡ଼ିକାଲରେ ଚିକିତ୍ସା ହେଉଥିବା ସୁଚନା ମିଳିଛି। ବର୍ତମାନ ସୁଦ୍ଧା ଉଭୟ ପକ୍ଷରୁ କେହି ଗିରଫ ହୋଇ ନଥିବା ସୂଚନା ମିଳିଛି। ଏପରି ଉତ୍ସବରେ ପୋଲିସ କଣ କରୁଥିଲା କିପରି ଏତେବଡ ଘଟଣା ବାରମ୍ବାର ଘଟିଲା, ପୋଲିସ ପେଟ୍ରୋଲିଂ ଅଭାବ ଓ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *