ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଓଜୋନ ଦିବସ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଓଜୋନ ଦିବସ ଅବଶରରେ ସ୍ଥାୟୀତ୍ୱମୂଳକ ପଦକ୍ଷେପପରିବେଶ ସଚେତନତା ଓ ଦାୟିତ୍ୱପୂର୍ଣ୍ଣ ଶକ୍ତି ବ୍ୟବହାରର ବାର୍ତ୍ତା ନେଇ ସାମିଲ ହେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ, କର୍ମଚାରୀ ଓ ସହଯୋଗୀ ।ନୂଆଦିଲ୍ଲୀ, ୧୭ ସେପ୍ଟେମ୍ବର ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ା, ଲାଞ୍ଜିଗଡ଼ ଓ ବାଲ୍‌କୋର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସଚେତନତା ଓ ସମୁଦାୟ ସହଭାଗିତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ଓଜୋନ ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନେ ସାମିଲ ହୋଇଥିଲେ। ଦାୟିତ୍ୱପୂର୍ଣ୍ଣ ଶକ୍ତି ବ୍ୟବହାର ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ୨୦୨୬ ମସିହାର ଜାତିସଂଘ ଥିମ୍‌ ‘ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ’ ଅନୁରୂପ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳବାୟୁ ଅନୁକୂଳ ଅଭ୍ୟାସ ଆପଣାଇବା ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ଗଠନରେ ଯୋଗଦାନ ପାଇଁ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରାଯାଇଥିଲା।ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବେ ସ୍ଥାୟୀ ବିକାଶକୁ ଆଗେଇ ନେବା ସହ ପରିବେଶ ଉପରେ ଆମର ପ୍ରଭାବକୁ ସର୍ବନିମ୍ନ କରିବା ଆମର ଦାୟିତ୍ୱ। ଆମର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଅକ୍ଷୟ ଶକ୍ତିର ସମନ୍ୱୟ, ସମ୍ପଦର ଦକ୍ଷ ବ୍ୟବହାର ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ଆମେ ପଦକ୍ଷେପ ତ୍ୱରାନ୍ୱିତ କରୁଛୁ। ବିଶ୍ୱ ଓଜୋନ ଦିବସ କର୍ମଚାରୀ, ସହଯୋଗୀ ଓ ଯୁବପିଢ଼ିଙ୍କୁ ସାମିଲ କରି ସମୂହଗତ ପଦକ୍ଷେପ କିପରି ଏକ ସୁସ୍ଥ ଗ୍ରହ ଓ ଅଧିକ ସ୍ଥାୟୀ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ, ସେ ସମ୍ପର୍କରେ ସଚେତନ କରିବାର ଏକ ସୁଯୋଗ।”ବେଦାନ୍ତ ଆଲୁମିନିୟମର କୋର୍ବାସ୍ଥିତ ସହଯୋଗୀ ସଂସ୍ଥା ବାଲ୍‌କୋରେ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନଙ୍କୁ ନେଇ ସ୍ଥାୟୀ ଶୀତଳୀକରଣ ବ୍ୟବସ୍ଥା ଓ ଶକ୍ତି-ଦକ୍ଷ ଅଭ୍ୟାସ ସମ୍ପର୍କରେ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା। ‘କୁଲିଂ ଚ୍ୟାଲେଞ୍ଜ’ର ଅଂଶ ଭାବେ ଶକ୍ତି ବ୍ୟବହାର ହ୍ରାସ କରିବା ସହ ପରିବେଶ ସ୍ଥାୟୀତ୍ୱକୁ ସମର୍ଥନ କରୁଥିବା ବ୍ୟବହାରିକ ପଦକ୍ଷେପ ଆପଣାଇବାକୁ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରାଯାଇଥିଲା।ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଏହି ଦିବସ ପାଳନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ। ଡିଏଭି ବେଦାନ୍ତ ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରଛାତ୍ରୀ ପୋଷ୍ଟର ତିଆରି ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଓଜୋନ ସୁରକ୍ଷା ସମ୍ପର୍କରେ ନିଜର ଧାରଣା ପ୍ରକାଶ କରିଥିଲେ। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ରାୟଗଡ଼ା ଅଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସମ୍ମାନିତ କରିଥିଲେ।ବିଦ୍ୟାଳୟ ପରିସର ବାହାରେ ମଧ୍ୟ ଏହି ସଚେତନତାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ କର୍ମଚାରୀମାନଙ୍କ ପାଇଁ ବିଶ୍ୱସ୍ତରୀୟ ପରିବେଶ ପଦକ୍ଷେପ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ବ୍ୟକ୍ତିଗତ ପଦକ୍ଷେପର ଭୂମିକା ସମ୍ପର୍କରେ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା। ଏହାର ଶେଷରେ ଦାୟିତ୍ୱପୂର୍ଣ୍ଣ ପରିବେଶୀୟ ଅଭ୍ୟାସ ଆପଣାଇବା ପାଇଁ ସମସ୍ତେ ଶପଥ ନେଇଥିଲେ।ଝାରସୁଗୁଡ଼ାରେ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ପ୍ରତି ଅଧିକ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂର୍ଣ୍ଣ ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୫୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ଚାରାରୋପଣ ଓ ଓଜୋନ ସୁରକ୍ଷା ଏବଂ ସଂରକ୍ଷଣ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରାୟ ୨୦ଟି ଚାରା ରୋପଣ କରାଯାଇଥିଲା। କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପରିବେଶ ପ୍ରତି ଦାୟିତ୍ୱବୋଧ ବୁଝିବା ସହ ଅଧିକ ସବୁଜ ଅଭ୍ୟାସ ଆପଣାଇବା ପାଇଁ ପ୍ରେରିତ କରିଥିଲା।ବିଶ୍ୱ ଓଜୋନ ଦିବସ ପାଳନ ବେଦାନ୍ତ ଆଲୁମିନିୟମର ବ୍ୟାପକ ସ୍ଥାୟୀତ୍ୱ ଯାତ୍ରାର ଏକ ଅଂଶ। ପରିବେଶ ସଚେତନତା ସୃଷ୍ଟି ସହ କମ୍ପାନୀ ନିଜ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନେକ ପଦକ୍ଷେପ ନେଇଛି। ୨୦୨୧ ଆର୍ଥିକ ବର୍ଷଠାରୁ କମ୍ପାନୀ ଗ୍ରୀନହାଉସ୍‌ ଗ୍ୟାସ ନିର୍ଗମନର ତୀବ୍ରତାରେ ୮.୯୬ ପ୍ରତିଶତ ହ୍ରାସ କରିଛି। ଏହାସହ ୧୪୬ ଲକ୍ଷ ଟନ୍‌ ବର୍ଜ୍ୟବସ୍ତୁ ପୁନଃଚକ୍ରାୟନ କରାଯାଇଛି ଏବଂ ୨୦୨୫ ଆର୍ଥିକ ବର୍ଷରେ ଉଡ଼ନ୍ତା ପାଉଁଶର ଶତପ୍ରତିଶତ ବ୍ୟବହାର ସୁନିଶ୍ଚିତ କରାଯାଇଛି।୨୦୩୦ ସୁଦ୍ଧା ୧,୫୦୦ ମେଗାୱାଟ୍‌ ଅକ୍ଷୟ ଶକ୍ତି ସଂଗ୍ରହ ଏବଂ ୨୦୫୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଦିଗରେ ବେଦାନ୍ତ ଆଲୁମିନିୟମ ଦାୟିତ୍ୱପୂର୍ଣ୍ଣ ବିକାଶ ଓ ଦୀର୍ଘକାଳୀନ ପରିବେଶୀୟ ମୂଲ୍ୟ ସୃଷ୍ଟି ପାଇଁ ନିଜର ପ୍ରୟାସ ଜାରି ରଖିଛି।

Leave a Reply

Your email address will not be published. Required fields are marked *