ଜଗତସିଂହପୁର ପୋଲିସ କୁ ବଡ଼ ସଫଳତା*ଡକାୟତକୁ ଗିରଫ କରିଛି ପୋଲିସ
Date-14/10/25- ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ସାଇଫନ ବ୍ରିଜ ଛକ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ କ୍ରିଷ୍ଣାନନ୍ଦପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଡ଼କାୟତକୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତ କେନ୍ଦ୍ରାପଡା ଜିଲା ମୁଗବାଡି ଗାଁ ର ସେକ ମୁସ୍ତକିମ ଓରଫ ବାବୁ । ବାବୁ ଠାରୁ ଦୁଇଟି ସୁନା ଚେନ ସହ ଏକ ଦେଶୀ ବନ୍ଧୁକ ଜବତ ହୋଇଛି । ସେକ ମୁସ୍ତକିମ ଓରଫ ବାବୁ ନାମରେ କେନ୍ଦ୍ରାପଡା, କଟକ, ଜଗତସିଂହପୁର, କନ୍ଧମାଳ ଆଦି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରୀ, ଡକାୟତି, ବ୍ରାଉନ ସୁଗାର, ଗୋ ଚାଲାଣ ଆଦି ୧୮ ରୁ ଉର୍ଦ୍ଧ ଅପରାଧିକ ମାମଲା ରହିଛି । ଗତ ଅକ୍ଟୋବର ୯ ତାରିଖରେ ପୋଲିସ ମୋଷ୍ଟ ୱାନଟେଡ଼ ଡ଼କାୟତ ଚିଙ୍କୁ ତରାଇ ସମେତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଥିବା ପୁଣି ଆଜି ଏହି ଡକାୟତ କୁ ଗିରଫ କରାଯାଇଛି ବୋଲି ଏସ୍ପି କହିଛନ୍ତି । ଅପରପକ୍ଷରେ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ସହିତ ଚୋରା ନିଶା କାରବାର ରୋକିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
