ସାମ୍ବାଦିକ ସମ୍ମିଳନୀ – ଏରସମା ବ୍ଲକରେ ବିକାଶର ବାଟରେ ଡବଲ ଇଞ୍ଜିନି ବାଧକ

ଏରସମା: ଜନତାଙ୍କ ସେବା କରିବା ନେତାଙ୍କ ଧର୍ମ। କିନ୍ତୁ ନେତାଙ୍କ ମଧ୍ୟରେ ସମ୍ମୋନୟ ବୁଝାମଣା ଅଭାବ ରହି ଥିବାରୁ ସାଧାରଣ ଲୋକେ ଏଥିରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଯାହା ମଙ୍ଗଳ ବାର ପୂର୍ବାହ୍ନରେ ଏରସମା ବ୍ଳକ ଅଧକ୍ଷା ଲଷ୍ମୀପ୍ରିୟା ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟ କରିଥିଲେ। ସେ କହିଲେ – ବିଜେପି ସରକାର ଆସିବା ପରେ ଏରସମାରେ କୌଣସି ଆଖି ଦୃଷ୍ଟିଆ କାମ ହୋଇନି।ଖାଲି ଭାଷଣ ବାଜି।ଖାଦ୍ୟ ସୁରକ୍ଷା ଯୋଜନାରେ ହଜାର ହଜାର ବ୍ୟକ୍ତିଙ୍କ ନାମ ବାଦ ପଡିଥିବା ବେଳେ, ମୋ ଆବାସ ଯୋଜନାରେ ଖଣ୍ଡିଏ ଇଟା କାର୍ଯ୍ୟ ହୋଇନାହିଁ। କେତେକ ଗାଁ କୁ ନିହାତି ଆବଶ୍ୟକ ରାସ୍ତା ଖଣ୍ଡିଏ ଦରକାର ଥିବାବେଳେ ମାଟି ମୁଠାଏ ପଡୁ ନାହିଁ। ଯେଉଁଟି କାମ ଆରମ୍ଭ ହେଉଛି ଡବଲ ଫଳକ ଲାଗୁଛି।ରାଜ ନୀତିର ଆକ୍ରୋଶ ମୂଳକ ଭାବରେ କାର୍ଯ୍ୟାଦେଶ ବଣ୍ଟନରେ ପାତର ଅନ୍ତର କରାଯାଉଛି। ଗାଁ ର ଉନ୍ନନି ମୂଳକ କାମ ନ ହେବାରୁ ପ୍ରତିଦିନ ବ୍ଳକ କାର୍ଯ୍ୟାଳୟରେ ଲୋକମାନେ ଅଭିଯୋଗ କରୁଛନ୍ତି। ସାଇଟ ଖରାପ କହି ଲୋକମାନଙ୍କୁ ବାରମ୍ବାର ଫେରାଇ ଦିଆ ଯାଉଛି। ଏହା ଏକ ଦୁଃଖର ବିଷୟ କାହା ଇଙ୍ଗିତରେ ଏପରି କାର୍ଯ୍ୟ ହେଉଛି ତାହା ଜଣା ପଡୁନି।ଶ୍ରୀମତୀ ଅଧକ୍ଷା ଆହୁରି ଅନେକ କଥା କହି ସରକାରଙ୍କୁ ଦୋଷାରୋପ ଦେଇଥିଲେ।ଏହି ସମ୍ମିଳନୀ ରେ, ବିକାଶ ପରିଡା ଭାଇସ ଚେୟାରମ୍ୟାନ,ସମୀର ରଞ୍ଜନ ସ୍ୱାଇଁ, ଜପା ସରପଞ୍ଚ ପ୍ରତିନିଧି ନିଶାକର ରାଉତ, ପାର୍ଥ ସାରଥୀ ରାଉତ ଯୁବ ନେତା, ପଲ୍ଲୀକାଣ୍ଟା ସମିତି ସଭ୍ୟା ସନ୍ଧ୍ୟା ରାଣୀ କୁଅଁର, ବିକ୍ରମ ମହାପାତ୍ର ବାମଦେଇପୁର ସରପଞ୍ଚ, ବ୍ରଜକିଶୋର ପ୍ରଧାନ ନୂଆଡ଼ିହ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *