ପୁରୀ ପୁଲିସ ଟ୍ରାଫିକ ଟିମ୍‌ ଦ୍ୱାରା ଏକ ମଦ୍ୟପାନ କରି ବସ ଚାଳନା କରୁଥିବା ଚାଳକ ବିରୁଦ୍ଧରେ ମାମଲା କରାଯାଇଛି।

ପୁରୀ ପୁଲିସ ଟ୍ରାଫିକ ଟିମ୍‌ ଦ୍ୱାରା ଏକ ମଦ୍ୟପାନ କରି ବସ ଚାଳନା କରୁଥିବା ଚାଳକ ବିରୁଦ୍ଧରେ ମାମଲା କରାଯାଇଛି।*ସରଳା ବସ୍‌ (ପୁରୀ ରୁ ଭୁବନେଶ୍ୱର ଯାଉଥିବା) ର ଚାଳକ ମଦନ କୁମାର ସାହୁ (ବୟସ- 45 ବର୍ଷ)ଙ୍କୁ ପୁରୀ ଟ୍ରାଫିକ ଟିମ୍‌ ବନମ୍ବର ଛକ ନିକଟରେ ଟ୍ରାକ କରିଥିଲେ। ତଦନ୍ତ ସମୟରେ ଚାଳକଙ୍କୁ ଅତ୍ୟଧିକ ମଦ୍ୟପାନ ଅବସ୍ଥାରେ ଯାନ ଚାଳନା କରୁଥିବା ଅବସ୍ଥାରେ ଧରାଯାଇଥିଲା। ତାଙ୍କ ଶରୀରରେ 356 mg/100 ml ଆଲକୋହଲ ମାପାଯାଇଥିଲା, ଯାହା ଆଇନ ଦ୍ୱାରା ନିର୍ଦ୍ଧାରିତ ସୀମା ଠାରୁ ମାତ୍ରାଧିକ। ଏହି ଅପରାଧିକ କାର୍ଯ୍ୟରେ ଚାଳକ ମଦନ କୁମାର ସାହୁଙ୍କୁ ଗିରଫ କରାଯାଇଛି ଏବଂ ଉକ୍ତ ବସ୍‌କୁ ଜବତ କରାଯାଇଛି। ଏହା ସହ ସମସ୍ତ ବସ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ବସରେ ଛଡା ଯାଇଥିଲା ପୁରୀ ପୁଲିସ ନାଗରିକମାନଙ୍କୁ ଅନୁରୋଧ କରୁଛନ୍ତି ମଦ୍ୟପାନ କରି ଯାନ ଚାଳନା କରିବା ଏକ ଗୁରୁତର ଅପରାଧ ଏବଂ ଏହା ଜୀବନକୁ ବିପଦରେ ପକାଇପାରେ। ସୁରକ୍ଷିତ ଯାନ ଚାଳନା କରନ୍ତୁ ଏବଂ ଆଇନକୁ ମାନନ୍ତୁ।

Leave a Reply

Your email address will not be published. Required fields are marked *