ସେଣ୍ଟ ଜାଭିୟର ଇଂରାଜୀ ମିଡିୟମ ସ୍କୁଲରେ ବୋଇତ ବନ୍ଦାଣ ଉତ୍ସବ।
ବଡ଼ଚଣା. ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତି ସେଣ୍ଟ ଜାଭିୟର ଇଂଗ୍ରାଜୀ ମିଡିୟମ ସ୍କୁଲରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ସ୍କୁଲର ଅଧ୍ୟକ୍ଷ ସ୍ୱରୁପାନନ୍ଦ ମିଶ୍ର ପୌରହିତ୍ୟ କରିଥିଲେ।ଉତ୍କଳୀୟ ନୌବାଣିଜ୍ୟର ଗାଥା ବହନ କରୁଥିବା ଏହି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଏବେ ହଜି ଯାଉଥିବା ବେଳେ ତାହାକୁ ଉଦଜୀବିତ ରଖିବା ପାଇଁ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଆମ ଓଡିଶାର ଐତିହ,କଳା, ସଂସ୍କୃତି,ପରମ୍ପରା ଓ ପର୍ବପାର୍ବାଣୀ ବିଷୟରେ ଅବଗତ କରାଇବା ପାଇଁ ସ୍କୁଲରେ ଏହି ଉତ୍ସବ ଆୟୋଜନ ହୋଇଥିବା ଅଧ୍ୟକ୍ଷ ସୂଚନା ଦେଇଥିଲେ।ଏହି ଉତ୍ସବରେ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ସହ ସମ୍ପାଦକ ତଥା ଚଣ୍ଡିଖୋଲ ପ୍ରେସ କ୍ଳବର ସାଧାରଣ ସମ୍ପାଦକ ହେମଶ କୁମାର ଜେନା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ତଥା ଚଣ୍ଡିଖୋଲ ପ୍ରେସ କ୍ଳବ ସଭାପତି ବେଣୁଧର ପଣ୍ଡା ଯୋଗଦେଇ ସ୍କୁଲରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଓଡିଶାର ଅସ୍ମିତା,କଳା,ସଂସ୍କୃତି ସମ୍ପର୍କରେ ଜ୍ଞାନଦେବା ସହ ଅଭିଭାବକ ମାନେ ଘରେ ସେମାନଙ୍କୁ ଉତ୍କଳୀୟ ସଂସ୍କୃତି ମନସ୍କ କରାଇବା ଉଚିତ ବୋଲି ମତ ରଖିଥିଲେ।ଚଣ୍ଡିଖୋଲ ପ୍ରେସ କ୍ଳବର ଉପ ସଭାପତି ସମରେନ୍ଦ୍ର ମାହାଲା ସଭା ସଂଚାଳନ କରିଥିଲେ, ସ୍କୁଲର ଛାତ୍ରଛାତ୍ରୀ ମାନେ ସାଧବ ପୁଅ ଓ ସାଧବ ବୋହୂ ବେଶରେ ବୋଇତ ବନ୍ଦାଣ କରିଥିବା ବେଳେ ଜଣେ କୁନି ଛାତ୍ରୀ ତଅପୋଇ ବେଶରେ ସାଧବ ବୋହୂଙ୍କ ନାକ କାଟିଥିଲେ।ଛାତ୍ରଛାତ୍ରୀଙ୍କ ଏହି ଅଭିନୟ ଓ ଦୃଶ୍ୟ ବେସ ଉପଭୋଗ୍ୟ ହୋଇଥିଲା! ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାପାତ୍ର ସ୍ୱାଗତ ଭାଷଣ ଓ ଶିକ୍ଷକ ଚନ୍ଦ୍ରଭାନୁ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲା ବେଳେ କ୍ରିଡା ଶିକ୍ଷକ ସତ୍ୟସୁନ୍ଦର ମହାକୂଡ ଉତ୍ସବ ପରିଚାଳନା କରିଥିଲେ। ଓଡ଼ିଆ ମିଡିୟମ ସ୍କୁଲ ମାନଙ୍କ ରେ ଓଡିଶା ସଂସ୍କୃତି ଓ ପରମ୍ପରା କୁ ଗୁରତ୍ୱ ଦେଉ ନ ଥିବା ବେଳେ ଇଂରାଜୀ ମିଡିୟମ ସେଣ୍ଟ ଜାଭିଅର ସ୍କୁଲରେ ଓଡ଼ିଆ ସଂସ୍କୃତି, ପରମ୍ପରା ଗୁରୁତ୍ୱ ଦେଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରିଥିବାରୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଂଶସା କରାଯାଇ ଥିବାର ଦେଖିବାକୁ ମିଳିଥିଲା।ସ୍କୁଲର ଅଧ୍ୟକ୍ଷ ସ୍ୱରୂପାନନ୍ଦ ମିଶ୍ରଙ୍କୁ ଭୁରୀ ଭୁରୀ ପ୍ରଂଶସା ମିଳୁଥିବାର ଦେଖିବାକୁ ମିଳିଛି।
