ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମାହାତ୍ମ୍ୟ ।
ବଡ଼ଚଣା:ପୁଣ୍ୟ ମୟୀ ଭାରତ ଭୂମିରେ ଚାରିଗୋଟି ପ୍ରଜାତିର ତୁଳସୀ ବୃକ୍ଷ ପ୍ରତୀୟମାନ ହୋଇଥାଏ। ପ୍ରତକଜେନ ନିଜସ୍ୱ ସୁଗନ୍ଧ , ନିଜସ୍ୱ ଶକ୍ତି ଓ ଆରୋଗ୍ୟ ଶକ୍ତି ମଧ୍ୟ୍ୟ ରହିଛି ତନ୍ମମଧ୍ୟରୁ ଗୋଟିଏ ହେଲା ରାମ ତୁଳସୀ ଯାହା ଦେଖିବାକୁ ସମ୍ପୂର୍ଣ ସବୁଜ, ଏହା ମିଠା ମୃଦୁ ସୁଗନ୍ଧ ସହିତ ଶିଥିଳତା ପାଇଁ ଜଣାଶୁଣା ଏହା ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରେ ଏବଂ କାଶ ଥଣ୍ଡା ଓ କଫ ରୋଗକୁ ମଧ୍ୟ୍ୟ ଦୂର କରିଥାଏ l ଦ୍ୱିତୀୟ ହେଲା କୃଷ୍ଣ ତୁଳସୀ ଯାହାକୁ ଆମେ ଶ୍ୟାମ ତୁଳସୀ ବୋଲି ମଧ୍ୟ୍ୟ କହିଥାଉ ଏହା ଦେଖିବାକୁ ସାମାନ୍ୟ କଳା ରଙ୍ଗର ହୋଇଥାଏ ଏହାର ସୁଗନ୍ଧ ଅତ୍ୟନ୍ତ ତ୍ରିବ୍ୟଥାଏ, ଗଳା ସଂକ୍ରମଣ ଓ ଚର୍ମରୋଗ ସମସ୍ୟାକୁ ଭଲ କରିଥାଏ l ତୃତୀୟ ହେଲା ବନ ତୁଳସୀ ଏହା ହିମାଳୟର ପାଦଦେଶରେ ପ୍ରାୟତଃ ଦୃଶ୍ୟମାନ ହୋଇଥାଏ, ଶକ୍ତି ବର୍ଦ୍ଧନ ଏବଂ ଜୀବନ ପାଇଁ ଏହା ଆୟୁର୍ବେଦରେ ବରଦାନ ସଦୃଶ୍ୟ ଅଟେ l ଚତୃର୍ଥ ତୁଳସୀ ହେଲା କର୍ପୁର ତୁଳସୀ, ଏହା ସୁଗନ୍ଧିତ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ମଶା ନିରୋଧକ ବୃକ୍ଷ ଅଟେ,ଏହି ବୃକ୍ଷ ଲଗାଇବାରେ ଆଖପାଖ ଅଞ୍ଚଳକୁ ମଶା ମାନେ ଆସିପାରନ୍ତି ନାହିଁ ବାୟୁ ମଣ୍ଡଳକୁ ଏହା ସୁଦ୍ଧ କରିଥାଏ ଓ ଶ୍ୱାସକ୍ରିୟାକୁ ସଠିକ ରଖିଥାଏ l ପୌରାଣିକ କଥାବସ୍ତୁ ଅନୁସାରେ ଏହି ତୁଳସୀ ବୃକ୍ଷ ପୂର୍ବ ଜନ୍ମରେ ଜଣେ କନ୍ୟାରୂପରେ ଜନ୍ମଲାଭ କରିଥିଲେ ତାଙ୍କର ନାମ ଥିଲା ବୃନ୍ଦା, ରାକ୍ଷସ କୂଳରେ ତାଙ୍କର ଜନ୍ମ ହୋଇଥିଲା ଏବଂ ପିଲାଦିନରୁ ସେ ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତଥିଲେ ଯେତେବେଳେ କ୍ରମସୀ ପରିଣତ ବୟସରେ ପହଞ୍ଚିଥିଲେ l ସେତେବେଳେ ରାକ୍ଷସମାନଙ୍କର ରାଜା ଜଳନ୍ଧରଙ୍କ ସହିତ ତାଙ୍କର ବିବାହ, ଏହି ରାକ୍ଷସ ରାଜ ଜଳନ୍ଧର ଉତ୍ପୀତଲାଭ କରିଥିଲେ ବୃନ୍ଦା ଜଣେ ଅତ୍ୟନ୍ତ ପ୍ରତିବ୍ରତା ନାରିଥିଲେ ପୁରାଣ କିମ୍ବଦନ୍ତୀ ମୂଳକ ଅନୁସାରେ ଏକଦା ଦେବତା ଏବଂ ଦାନଵଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଲା l ଯେତେବେଳେ ଯୁଦ୍ଧ କ୍ଷେତ୍ରକୁ ଯିବାପାଇଁ ଜଳନ୍ଧର ପ୍ରସ୍ତୁତହେଲେ ସେତେବେଳେ ବୃନ୍ଦା କହିଲେ ସ୍ୱାମୀ ଆପଣ ଯୁଦ୍ଧକୁ ଯାଉଛନ୍ତି ଆପଣ ଯେତେ ସମୟ ପର୍ଯ୍ୟନ୍ତ ଯୁଦ୍ଧ କ୍ଷେତ୍ରରୁ ପ୍ରତ୍ୟାବର୍ତନ ନ କରିଛନ୍ତି ମୁ ସେତେବେଳେ ଯାଏ ଆପଣଙ୍କର ବିଜୟଲାଭ ପାଇଁ ପୂଜାରେ ବସିରହିବି ଏହା ମୋର ସଂକଳ୍ପ ଅଟେ l ପରେ ପରେ ଜଳନ୍ଧର ଯୁଦ୍ଧକୁ ବାହାରିଗଲେ ଏବଂ ବ୍ରତ କରିବାର ସଂକଳ୍ପ ନେଇ ପୂଜାରେ ଏକାଗ୍ରତ ଚିତରେ ବସିରହିଲେ, ବୃନ୍ଦାଙ୍କର ବ୍ରତ ପୂଜାର ପ୍ରଭାବ ଏତେ ମାତ୍ରାଧିକ ଥିଲାଯେ ଦେବତାଗଣ ଜଳନ୍ଧରକୁ ଯୁଦ୍ଧ୍ୟ ରେ ଆଦୌ ପରାସ୍ତ କରିପାରିଲେ ନାହିଁ l ଦେବତାମାନେ ଯେତେବେଳେ ହାରିବା ସୁନିଶ୍ଚିତ ବୋଲି ଅବଗତ ହେଲେ ସେତେବେଳେ ସେମାନେ ଭଗବାନ ବିଷ୍ଣୁଙ୍କୁ ଅତି ବିନମ୍ର ଭାବରେ ପ୍ରାଥର୍ନା କଲେ ଓ କହିଲେ ଓ ପ୍ରଭୁ ଆପଣଙ୍କର ମହାନ ଭକ୍ତ ହେଲେ ବୃନ୍ଦା ଏବଂ ଯେତେବେଳ ପର୍ଯ୍ୟନ୍ତ ତାଙ୍କର ପ୍ରତିବ୍ରତା ଧର୍ମ ଖଣ୍ଡନ ନ ହୋଇଛି ସେତେବେଳେ ଯାଏଁ ଜଳନ୍ଧରକୁ ପରାସ୍ତ କରିବା ଅସମ୍ଭବ l କେବଳ ଆପଣ ହିଁ ଏଭଳି ଘଡିସନ୍ଧି ମୁହୂର୍ତରେ ଦେବତାମାନଙ୍କୁ ଉଦ୍ଧାର କରିପାରିବ ଏହାଶୁଣି ଭଗବାନ ବିଷ୍ଣୁ କହିଲେ ବୃନ୍ଦା ହେଲେ ମୋର ଜଣେ ପରମ ଭକ୍ତ ମୁ ତାଙ୍କ ସହିତ ଏପରି ଛଳନା କେମିତି କରିପାରିବି l ଏହା କ, ଣ ଭଗବାନଙ୍କର ଜଣେ ଭକ୍ତ ପ୍ରତି ଉଚ୍ଚିତ କର୍ମ ହେବ, ମୁ ଆଦୌ କରିପାରିବି ନାହିଁ ବୋଲି ବିଷ୍ଣୁ ଦେବତାମାନଙ୍କୁ ଜଣାଇଲେ l ଏହାପରେ ଦେବତାମାନେ ନିରୁତ୍ସାହିତ ହୋଇ ଭଗବାନକୁ ପ୍ରର୍ଥର୍ନା କରି କହିଲେ ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ତେଣୁ ଆପଣ ହିଁ କେବଳ ଦେବତାକୁଳ ଓ ସ୍ୱର୍ଗପୁରୀକୁ ରକ୍ଷା କରିପାରିବେ l ଭଗବାନ ପାଳନକର୍ତ୍ତା ଦେବାତା ମାନଙ୍କର କଠୋର ନିବେଦନ ତଥା ସେମାନଙ୍କର ଉଦ୍ଧାର ପାଇଁ ଭଗବାନ ବିଷ୍ଣୁ ସ୍ୱୟଂ ଜଳନ୍ଧାରଙ୍କ ରୂପ ଧାରଣ କରି ବୃନ୍ଦାଙ୍କ ନିକଟରେ ପହଞ୍ଚିଲେ ବୃନ୍ଦା ନିଜ ସ୍ୱାମୀକୁ ଦେଖିବା ପରେ ଅତ୍ୟନ୍ତ ଆନନ୍ଦିତ ହୋଇ ପୁଜା ସ୍ଥାନରୁ ଉଠିପଡିଲେ ଏବଂ ଜଳନ୍ଧର ରୁପି ଭଗବାନ ବିଷ୍ଣୁଙ୍କ ପାଦଛୁଇଁ ମୁଣ୍ଡିଆ ମାରି ତାଙ୍କ ପତ୍ନୀ ଧର୍ମ ପାଳନକଲେ l ବୃନ୍ଦା ଯେତେବେଳେ ଭଗବାନଙ୍କର ପାଦ ସ୍ପର୍ଶ କରିଛନ୍ତି ସଙ୍ଗେସଙ୍ଗେ ଖଣ୍ଡିତ ହୋଇଗଲା, ଏହାପରେ ଯେମିତି ବୃନ୍ଦାଙ୍କର ସଂକଳ୍ପ ଭାଙ୍ଗିଯାଇଛି ସେତେବେଳେ ଜଳନ୍ଧର ନିଜର ସାମର୍ଥ ହରାଇବସିଲେ ଏବଂ ଦେବତାମାନେ ଜଳନ୍ଧରଙ୍କୁ ଯୁଧ୍ୟରେ ପରାସ୍ତ କରିଦେଲେ ମୁଣ୍ଡ, ଗଣ୍ଡି,କାଟି ଅଲଗା କରିଦେଲେ, l ଜଳନ୍ଧରଙ୍କର କଟାମୁଣ୍ଡ ଆସି ବୃନ୍ଦାଙ୍କ ନିକଟରେ ପଡିଲା ଏବଂ ବୃନ୍ଦା ଯେତେବେଳେ ନିଜ ସ୍ୱାମୀଙ୍କର କଟାମୁଣ୍ଡ ଦେଖିଲେ ସେତେବେଳେ ତାଙ୍କ ନିକଟରେ ଜଳନ୍ଧର ରୂପ ଧାରଣ କରିଥିବା ଭଗବାନ ବିଷ୍ଣୁ ପଚାରିଲେ l ଯଦି ମୋ ସ୍ୱାମୀଙ୍କର କଟାମୁଣ୍ଡ ଏଠାରେ ପଡିଛି, ତେବେ ଆପଣ କିଏ ଦୟାକରି ମୋତେ ନିଜର ପରିଚୟ ଦିଅନ୍ତୁ,ଯାହାଙ୍କର ପାଦକୁ ମୁ ସ୍ପର୍ଶ କରି ମୋର ସଂକଳ୍ପ ଖଣ୍ଡିତ କରିଛି ସେତେବେଳେ ଭଗବାନ ବିଷ୍ଣୁ ନିଜର ଅସଲ ରୁପକୁ ଆସିଲେ l ଏହାପରେ ନିଜର ଆରଧ୍ୟ୍ୟଙ୍କର ଏଭଳି ମାୟା ବିଷୟରେ ବୃନ୍ଦା ଜାଣିପାରିଲେ, ନିଜର ଆରଧ୍ୟ୍ୟ ଦେବତାଙ୍କୁ ବୃନ୍ଦା ଅତ୍ୟନ୍ତ ଦୁଃଖରେ ମର୍ମାହତ ହୋଇ ଅଭିଶାପ ଦେଇଥିଲେ ଯେ l ହେ ପ୍ରଭୁ ଆପଣ ମୋର ଅତି ପ୍ରିୟ ଦେବତା ଥିଲେ ଯାହାଙ୍କୁ ମୁ ପ୍ରତି ମୁହୁର୍ତରେ ଓ ପ୍ରତି କ୍ଷଣରେ ଧ୍ୟାନ କରେ ଓ ପୁଜା ମଧ୍ୟ୍ୟ କରିଥାଏ, କିନ୍ତୁ ଆପଣ ମୋ ସହିତ ଏଭଳି କପଟକରି ମୋର ପ୍ରତିବ୍ରତା ଧର୍ମକୁ ଖଣ୍ଡନ କଲେ ଯାହାଫଳରେ କି ମୋ ସ୍ୱାମୀଙ୍କୁ ଦେବତା ମାନେ ଯୁଧ୍ୟରେ ପରାସ୍ତ କରି ହତ୍ୟାକଲେ ବିନା ଅପରାଧରେ ଆପଣ ମୋ ସହିତ ଏଭଳି ଛଳନା କରିଛନ୍ତି l ତେଣୁ ମୁ ଆପଣଙ୍କୁ ଅଭିଶାପ ଡେଉଁଛିଯେ ଆପଣ ଏହି କ୍ଷଣି ପାଷାଣ ପାଲଟି ଯାଆନ୍ତୁ, ବୃନ୍ଦାଙ୍କର ଅଭିଶାପ ପାଇଁ ଭଗବାନ ବିଷ୍ଣୁ ସଙ୍ଗେ ସଙ୍ଗେ ପାଷାଣ ହୋଇଗଲେ l ଏହା ଫଳରେ ଦେବତାଗଣ ଭୟଭୀତ ହୋଇଗଲେ ଓ ମାତା ଲଷ୍ମୀ ଏକଥା ଜାଣିପାରି ନିଜ ସ୍ୱାମୀଙ୍କ ଉଦ୍ଧାର ପାଇଁ ବୃନ୍ଦାଙ୍କୁ ପ୍ରାର୍ଥର୍ନା କରିବାକୁ ଲାଗିଲେ ବୃନ୍ଦା ଜଣେ ଅତ୍ୟନ୍ତ ପ୍ରତିବ୍ରତା ନାରୀ ଥିଲେ ତେଣୁ ଲକ୍ଷ୍ମୀଙ୍କର ବ୍ୟାକୁଳତା ଓ କରୁଣ ବେଦନାକୁ ହୃଦୟଙ୍ଗମ୍ କରିପାରିଲେ ଏବଂ ନିଜ ଅଭିଶାପକୁ ଫେରାଇନେଲେ l ଏହାପରେ ବୃନ୍ଦା ନିଜ ସ୍ୱାମୀଙ୍କର କଟା ମୁଣ୍ଡ ଧରି ଭସ୍ମ ହୋଇଗଲେ ତାଙ୍କ ଭସ୍ମରୁ ଏକ ବୃକ୍ଷ ଜାତି ହେଲା ସେତବେଳେ ଭଗବାନ ବିଷ୍ଣୁ କହିଲେ, ଆଜିଠାରୁ ଏହି ବୃକ୍ଷକୁ ସାରା ଜଗତ ତୁଳସୀ ନାମରେ ଜାଣିବ ଓ ଏହି ତୁଳସୀ ବିନା କୌଣସି ଭୋଗକୁ ମୁ ଆଦୌ ଗ୍ରହଣ କରିବ ନାହିଁ l ସମସ୍ତେ ଏହାକୁ ପୁଜା ମଧ୍ୟ୍ୟ କରିବେ ଭଗବାନ ନିଜର ପ୍ରିୟ ଭକ୍ତ ବୃନ୍ଦାଙ୍କର ଅଭିଶାପ ରକ୍ଷା କରିବାକୁ ଯାଇ ନିଜର ଗୋଟିଏ ରୂପ ପାଷାଣ ଆକାରରେ ପୁଜା ପାଇବ ବୋଲି କହିଥିଲେ l ଯାହା ଆଜି ଶାଳଗ୍ରାମ ଭାବରେ ତୁଳସୀଙ୍କ ସହିତ ପୂଜିତ ହେଉଛନ୍ତି ସେହିଦିନଠାରୁ ହିନ୍ଦୁଧର୍ମରେ ତୁଳସୀ ବୃକ୍ଷ ବା ମା ବୃନ୍ଦାବତୀଙ୍କୁ ରୋପଣକରି ପୁଜା କରାଯାଉଛି ଅଗଣାରେ ତୁଳସୀ ରହିଲେ ଘରର ସମସ୍ତ ବସ୍ତୁ ଦୋଷ ଦୁର ହୋଇଥାଏ ବୋଲି ଲୋକବାଣୀ ରହିଅଛି l
