ରମ୍ପେଇ ସ୍ଵପ୍ନେଶ୍ଵର ମନ୍ଦିର ପୁଷ୍କରିଣୀ ରେ ଐତିହାସିକ ବୋଇତ ବନ୍ଧାଣ ଉତ୍ସବ l

ଧର୍ମଶାଳା–, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମହିସରା ପଂଚାୟତ ର ସ୍ୱପ୍ନେଶ୍ଵର ମନ୍ଦିର ପୁଷ୍କରିଣୀ ରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଛି । ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆମନ୍ତ୍ରିତ କରାଯାଇଥିବା ଅତିଥି ମାନଙ୍କୁ ବାତିଯୋଡ଼ା ଛକ ନିକଟରୁ ରମ୍ପେଇ ସ୍ଵପ୍ନେଶ୍ଵର ଶିବମନ୍ଦିର ପର୍ଯ୍ୟନ୍ତ ବାଜା ବାଣ ସହିତ ଏକ ହଜାରରୁ ଉର୍ଦ୍ଧ ଲୋକ ଏକ ବିରାଟ ପଟୁଆର ସହିତ ପାଛୋଟି ଆଣିଥିଲେ l ବୋଇତ ବନ୍ଦାଣ ଉତ୍ସବ କମିଟି ତରଫରୁ ପବିତ୍ର କାର୍ତ୍ତିକ ମାସ ପୂଣ୍ୟ ତିଥିର କାର୍ତ୍ତିକ ପୁର୍ଣିମା ର ସକାଳେ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ l ନୌ ବାଣିଜ୍ୟ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଟିତ ହେଉଛି । ଏହି କ୍ରମରେ ମହିସରା ପଞ୍ଚାୟତରାମ୍ପେଇ ତୋଟାସିଂ ବାତିଯୋଡ଼ା ଗ୍ରାମ ସ୍ଵପ୍ନେଶ୍ଵର ଶିବ ମନ୍ଦିର ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ସମାଜ ସେବି ମିନତୀ ସାହୁ ଙ୍କ ସହିତ ବିଧାୟକ ଙ୍କ ଧର୍ମ ପତ୍ନୀ ସିଗମା ଶୁଭ ଲଷ୍ମୀ ସାହୁ ଓ କଳ୍ପନା ସାହୁ ଯୋଗ ଦେଇ ବୋଇତ ବନ୍ଦାଣ କରିଥିଲେ । ସମସ୍ତ ରୀତିନୀତି ଅନୁଯାଇ ପଣ୍ଡିତ ଯୋଗେନ୍ଦ୍ର ପାଢ଼ୀ ଙ୍କ ପୂଜାର୍ଚନା ପରେବୋଇତ ବନ୍ଦାଣ ହୋଇଥିଲା l

କୁନିକୁନି ପିଲାମାନେ ସାଧବ ୭ ଭଉଣୀ ବେଶରେ ସାଜସୁଜହୋଇ ନୃତ୍ୟ କରିବାପରେ ପୁଷ୍କରଣୀ ଭିତରକୁ ନୌକା ଛାଡିଥିଲେ l ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଅତିଥିମାନେ ନୌକା ବନ୍ଦାଣ ଓ ସାଧବ ଭାଇ ମାନଙ୍କ ପରମ୍ପରା ମାନ ଭାଷଣରେ ବଖାଳି ଥିଲେ l.କୁନିକୁନି ପିଲା ମାନେ ପାରମ୍ପାରିକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ।ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ସଂଖ୍ୟା ରେ ଲୋକେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମ କୁ କମିଟିର କାର୍ଯ୍ୟକର୍ତା ମାନେ ପରିଚାଳନା କରିଥିଲେ l ସେହିପରି ମିର୍ଜାପୁର ପଂଚାୟତ ର ଅରଙ୍ଗାବାଦ ଗ୍ରାମ ରେ ବନ୍ଦେ ଉତ୍କଳ ଜନନୀ ର ଏକ ଚାଳିଶ ତମ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l

Leave a Reply

Your email address will not be published. Required fields are marked *