ଚଢ଼ିଗଲା ହାଇୱା ଘଟଣା ସ୍ଥଳେ ନାବାଳକ ମୃତ୍ୟୁ ସ୍ଥାନୀୟ ଗ୍ରାମ ବାସି ଙ୍କ ରାସ୍ତା ରୋକଟଣା

ଧର୍ମଶାଳା — ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଖର ପଞ୍ଚାୟତ ତେଲରେ ଗ୍ରାମ ରାସ୍ତା ନିକଟ ରେଘଟିଛି ଏଭଳି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା l ଏକ ଦ୍ରୁତଗାମୀ ହଇୱା ଧକ୍କା ରେ ଜଣେ ନା ବାଳକ ର ମୃତ୍ୟୁ ଘଟିଛି। ମୃତକ ନାବାଳକ ତେଲରେ ଗାଁ ର ଗଣେଶ୍ୱର ଘଡେଇ ଙ୍କ୯ ବର୍ଷର ପୁତ୍ର ଆୟୁଷ l ଜେଜେ ଙ୍କ ସହ ରାସ୍ତାରେ ଯାଉଥିବା ବେଳେ ହାଇୱ ଗାଡ଼ି ଚଢ଼ି ଯିବା ଫଳରେ ସ୍ଥଳରେ ତାର ମୃତ୍ୟୁ ଘଟିଛି। ଏହା ପରେ ସମ୍ପୃକ୍ତ ଅଞ୍ଚଳର ଲୋକ ଦିର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହ ହାଇୱା ଓ ଚାଳକକୁ ଅଟକ ରଖିଛନ୍ତି। ମୃତକ ପରିବାର କୁ ତିରିଶ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଲୋକେ ଦାବି କରି ରାସ୍ତା ଅବରୋଧ ଚଳାଇଛନ୍ତି।ଘଟଣା ସ୍ଥଳେ ଧର୍ମଶାଳା ଥାନା ଅଧିକାରୀ ସଦଳବଳେ ପହଂଚି ତଦନ୍ତ ଚଳାଇବା ସହ ରାସ୍ତା ଅବରୋଧ କାରୀଙ୍କୁ ବୁଝା ସୁଝା କରୁଛନ୍ତି l

Leave a Reply

Your email address will not be published. Required fields are marked *