ସଞ୍ଚୟ ପକ୍ଷ ୨୦୨୫

ସଞ୍ଚୟ ପକ୍ଷ ୨୦୨୫ ପାଳନ ଅବସର ରେ ବରିଷ୍ଠ ନାଗରିକ ଓ ଛାତ୍ର ମାନାଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଶିବିର:-ଭଦ୍ରକ, ୦୭/୧୧: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଞ୍ଚୟ ପକ୍ଷ ପାଳନ ଅବସରରେ ବରିଷ୍ଠ ନାଗରିକ, ପେନ୍ସୋନର ଓ ଛାତ୍ର ଛାତ୍ରୀ ମାନାଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଓ ସାଇବର କ୍ରାଇମ ସମ୍ପର୍କରେ ସଚେତନତା ଶିବିର, ଭଦ୍ରକ ଜିଲ୍ଲା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆର୍ଥିକ ସେବା ସଞ୍ଚୟ କାର୍ଯ୍ୟାଳୟ ଅଧିକାରୀ, ଡାକ ବିଭାଗ ଅଧିକାରୀ, ସାଇବର ସେଲ ଅଧିକାରୀ, ପଦ୍ମନ ରାୟ ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ବରିଷ୍ଠ ନାଗରିକ ସଂଘ ଭଦ୍ରକର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ନାଗରିକ, ପେନ୍ସନାର ଓ ଜିଲ୍ଲା ସ୍କୁଲ ର ଛାତ୍ର ଛାତ୍ରୀ ମାନାଙ୍କୁ ନେଇ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତ କାରଣ ଶିବିର ଆୟୋଜିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପିଲାମାନଙ୍କୁ ସଞ୍ଚୟର ମହତ୍ତ୍ଵ ବୁଝାଇ ଥିଲା ଓ ପିଲାମାନଙ୍କୁ ସଞ୍ଚୟ ଅଭ୍ୟାସ ବୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପଦ୍ମନ୍ କୁମାର ରାୟ ପିଲା ମାନଙ୍କୁ ସଞ୍ଚୟ କରିବା ପ୍ରେରଣା ଦେଇଥିଲେ। ସାଇବର ସେଲ ଅଧିକାରୀ ବରିଷ୍ଠ ନାଗରିକ ଓ ପିଲାମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶୀକାର ନ ହେବାର ଉପୟମନ ଜଣାଇ ଥିଲେ। ଡାକ ଅଧିକାରୀ ସଞ୍ଚୟ ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଇଥିଲେ। ଜିଲ୍ଲା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସଞ୍ଚୟ ଯୋଜନା ଗୁଡିକ ସମ୍ପର୍କରେ ଏକ ନାଟକ ପ୍ରଦର୍ଶନୀ କରିଥିଲେ। ସଭା ଶେଷରେ ପିଲାମାନଙ୍କ ମଧ୍ୟରେ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏହି ସଭାରେ ପ୍ରାୟ ୧୦୦ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ, ଡାକ ଅଭିକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *