ଡିଜେ ଶଦ୍ଦ ରେ ଯାତ୍ରା କଳାକାର ଦେବୀ ରଥ ଙ୍କ ପରଲୋକ ଘଟଣା

Date-08/11/25*ଡିଜେ ନୁହେଁ ଟ୍ରଲିରେ ବକ୍ସ ବାଜୁଥିଲା*ସଂଘକୁ ବଦନାମ କରିବା ପାଇଁ ଚେଷ୍ଟା ଚାଲିଛିଆଙ୍କର- ଡିଜେ ର୍ ବିକଟାଳ ଶଦ୍ଦ ପାଇଁ ଯାତ୍ରା କାଳାକାର ଦେବୀ ପ୍ରସାଦ ରଥ ଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହେବା ପରେ ଜଗତସିଂହପୁର ଜିଲ୍ଲା ରାହମା ଠାରେ ଟେଣ୍ଡ, ଲାଇଟ ଓ ସାଉଣ୍ଡ ଜିଲ୍ଲା ମାଲିକ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବା ସହିତ ଦେବୀ ରଥଙ୍କ ମୃତ୍ୟୁ କୁ ଶୋକ ପ୍ରକାଶ କରିଛନ୍ତି । ତେବେ ଏହା ଡିଜେ ନ ଥିବା ବେଳେ ଉଚ୍ଚ ସାଉଣ୍ଡ ସମ୍ପର୍ଣ୍ଣ ବକ୍ସ ଟ୍ରଲିରେ ଲଦା ହୋଇ ବାଜୁଥିଲା । ସରକାର ଡିଜେ ଗାଡି ଉପରେ ଅଙ୍କୁଶ ଲଗାଇ ଥିଲା ବେଳେ ବାଜା, ବ୍ରାସ ପାର୍ଟି ଉପରେ କୌଣସି ଅଙ୍କୁଶ ଲଗାଇ ନାହାଁନ୍ତି । ଫଳରେ ଟ୍ରଲିରେ ଉଚ୍ଚ କୋଟିର ବକ୍ସ ଖଞ୍ଜି ତାହାକୁ ଡିଜେର ରୂପରେଖ ଦିଆଯାଉଛି ବୋଲି ଜିଲ୍ଲା ମାଲିକ ସଙ୍ଘ ସଭାପତି ଶିଶିର କୁମାର ଦାସ କହିଛନ୍ତି । ଯାହାଦ୍ୱାରା ସଙ୍ଘ କୁ ବଦନାମ କରାଯିବା ସହିତ ଏହାର ସଠିକ ତଦନ୍ତ କରିବାକୁ ପ୍ରଶାସନ କୁ ନିବେଦନ କରିଛନ୍ତି । ତେବେ ଏହି କାର୍ଯ୍ୟ ରେ ଡିଜେ ସାଉଣ୍ଡ ସଂଘର କୋଣସି ଭୂମିକା ନ ଥିବା ବେଳେ ଟ୍ରଲିରେ ଖଞ୍ଜା ଯାଇଥିବା ବକ୍ସ ଯେହେତୁ ପ୍ରଚଣ୍ଡ ଶଦ୍ଦ କରୁଛି ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *