71-ନୂଆପଡା ଉପ-ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ

71-ନୂଆପଡା ଉପ-ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବ ଅବଧି, ଯାହାକୁ ସାଧାରଣତଃ ନୀରବ ଅବଧି ବୋଲି କୁହାଯାଇଥାଏ, ସେହି ନୀରବ ଅବଧି ନେଇ ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର ଏସ ଗୋପାଳନ (ଭା.ପ୍ର.ସେ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରମୋଦ ସାହୁ ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁଙ୍କ ଉପସ୍ଥିତିରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କୁ ସବିଶେଷ ସୂଚନା ଦେଉଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ନୀରବ ଅବଧି ସମ୍ପର୍କିତ ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ଦେବା ସହ ସାମ୍ବାଦିକମାନଙ୍କର ନୂଆପଡା ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

Leave a Reply

Your email address will not be published. Required fields are marked *