ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନକୁ ରାସ୍ତା ଭିତ୍ତିଭୂମି ନିର୍ମାଣ କାର୍ଯ୍ଯ

ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନକୁ ରାସ୍ତା ଭିତ୍ତିଭୂମି ନିର୍ମାଣ କାର୍ଯ୍ଯ ଟେଣ୍ଡର ବଦଳରେ ସ୍ଫଟିଁଗରେ ଚାଲିଛି ନିମ୍ନମାନର କାର୍ଯ୍ୟ, ଦୁର୍ନୀତି ଓ ଅନିୟମିତତା କରିବା ପାଇଁ ଚାଲିଛି ମସୁଧା, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବୁଦ୍ଧିଜିବୀ ।କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରୁ ଦୀର୍ଘ ୭ କିମି ଦୂରରେ ଅବସ୍ଥିତ କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତାର ସାହୁଖଣତା ଠାରେ ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନକୁ ପୂର୍ତ୍ତବିଭାଗ ପକ୍ଷରୁ ସରକାରୀ ନିର୍ଦେଶନାମାର ଖୋଲା ଉଲଂଘନ କରାଯାଇ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରା ନ ଯାଇ କୌଣସି ଅଦୃଶ୍ୟ ଶକ୍ତିର ଚାପରେ ସ୍ଫଟିଂଗ ପ୍ରକ୍ରିୟା ମାଧ୍ୟମରେ ରାସ୍ତା ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇ ଏଥିରେ ଦୁର୍ନୀତି ଓ ଅନିୟମିତତା ହେବାର ସମ୍ଭାବନା ନେଇ ଆଶଙ୍କା ପ୍ରକାଶ ପାଇଛି। ଖବରରୁ ପ୍ରକାଶ ଯେ ବିଗତ ୪ବର୍ଷ ଧରି ପୁରୀ ପୂର୍ତ୍ତବିଭାଗ ପୂର୍ବରୁ ଥିବା ରାସ୍ତା ଭିତ୍ତିଭୂମି ଉପରେ ନାମକୁ ମାତ୍ର କାର୍ଯ୍ୟ କରି କୋଟି କୋଟି ଟଙ୍କା ବାଟମାରଣା ଓ ହରିଲୁଟ କରାଯାଇ ସରକାରୀ ଅର୍ଥର ଦୁରୁପଯୋଗ କରାଯାଇଥିଲା ବେଳେ ବର୍ତ୍ତମାନ ସେହି ସମାନ ନୀତିକୁ ଆପଣାଇ ଟେଣ୍ଡର କାର୍ଯ୍ୟକୁ ଅଦୃଶ୍ୟ ଶକ୍ତିର ନିର୍ଦେଶରେ ବେଆଇନ ଭାବେ ସ୍ଫଟିଂଗ ମାଧ୍ୟମରେ ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନକୁ ରାସ୍ତା ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାହାକି ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ବେଳେ ସରକାରଙ୍କ ସ୍ବଚ୍ଛତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ନିୟମ ଅନୁଯାୟୀ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେଲେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ ହେବାର ଆଇନ ରହିଛି। ମାତ୍ର ପୁରୀ ପୂର୍ତ୍ତବିଭାଗ ସରକାରୀ ଆଇନର ଖୋଲା ଉଲଂଘନ କରି ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନକୁ ରାସ୍ତା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ନ କରିବା ପୂର୍ତ୍ତବିଭାଗର

କାର୍ଯ୍ୟଦକ୍ଷତା ପ୍ରତି ଅଂଗୁଳି ନିର୍ଦେଶ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୁରୀ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀଙ୍କୁ ପଚାରିବାରେ ସେ କୁହନ୍ତି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହେଉଛି। ମାତ୍ର ବାସ୍ତବରେ କେଉଁ ଖବରକାଗଜରେ ଟେଣ୍ଡର ପ୍ରକ୍ରିୟା ସମ୍ବଧିତ ବିଜ୍ଞାପନ ପ୍ରକାଶ ପାଇଛି ତାହା ପଚାରିଲେ କିଛି କହୁ ନ ଥିଲା ବେଳେ ଅଦୃଶ୍ୟ ଶକ୍ତିର ଚାପରେ ଚାପଗ୍ରସ୍ତ ହୋଇ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଦ୍ବିବେଦୀ ସରକାରୀ ନିୟମ ଉଲଙ୍ଘନ କରି ଟେଣ୍ଡର କାର୍ଯ୍ୟକୁ ସ୍ଫଟିଂଗ ରେ କରିବା ପାଇଁ ବାଧ୍ଯ ହୋଇଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ପୁରୁଣା ଭିତ୍ତିଭୂମିରେ ନାମକୁ ମାତ୍ର କାର୍ଯ୍ୟ କରି ପୂର୍ତ୍ତବିଭାଗ ଅଦୃଶ୍ୟ ଶକ୍ତିର ନିର୍ଦେଶ କ୍ରମେ ଏକ ବଡଧରଣର ଦୁର୍ନୀତିର ଫାସରେ ଫସିବା ପାଇଁ ଯାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାରଙ୍କ ସ୍ବଚ୍ଛତା ଓ ଉତ୍ତର ଦାୟୀତ୍ବ ନିର୍ବାହ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏଭଳି ବଡ଼ଧରଣର ଦୁର୍ନୀତି ଉପରେ ରୋକ ଲଗାଇବା ପାଇଁ କୋଣାର୍କ ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନକୁ ରାସ୍ତା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପର୍ଯ୍ୟଟକ ପ୍ରେମୀ, ଗବେଷକ, ସଂସ୍କୃତି ବିଶାରଦ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *