ଧର୍ମଶାଳା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଧର୍ମଶାଳା, – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଓ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ ଯୋଗଦେଇ ଲୋକମାନଙ୍କ ଅଭିଯୋଗ ଶୁଣାଣୀ କରିଥିଲେ। ମୋଟ ଭାବରେ ୯୪ଟି ଅଭିଯୋଗ ଦରଖାସ୍ତ ପ୍ରଶାସନର ହସ୍ତଗତ ହୋଇଥିଲା। ତନ୍ମଧ୍ୟରୁ ବ୍ୟକ୍ତିଗତ ଭାବରେ ୪୮ଟି, ଗୋଷ୍ଠୀ ଭିତ୍ତିକ ୪ଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ପାଇଁ ୫୨ଟି ଦରଖାସ୍ତ ଅଭିଯୋଗ ଦରଖାସ୍ତ ରହିଥିଲା। ତତକ୍ଷଣାତ୍ ୫୮ଟିର ସମାଧାନ କରାଯାଇଥିଲା। ଅବଶିଷ୍ଟ ଦରଖାସ୍ତ ବିଭିନ୍ନ ଅଧିକାରୀମାନଙ୍କୁ ଏହାର ସମାଧାନ ନିମନ୍ତେ ପଠା ଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କର ଉପସ୍ଥିତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନଙ୍କୁ ତାଗିଦ୍ କରି କହିଲେ ଯେ, ଅତୀତରେ ହୋଇଥିବା ଶିବିର ମାନଙ୍କରେ ସେମାନଙ୍କ ନିକଟକୁ ପଠା ଯାଉଥିବା ଦରଖାସ୍ତ ଗୁଡ଼ିକ ସମାଧାନ ହୋଇ ପାରୁ ନାହିଁ ବୋଲି ବହୁ ସମୟ ରେ ଦରଖାସ୍ତ କାରୀ ଅଭିଯୋଗ କରୁଛନ୍ତି। ଏଥି ପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ। ନଚେତ୍ ଅବହେଳା କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଡିସେମ୍ବର ମାସରେ ଗତ ତିନି ମାସର ଶିବିର ଗୁଡ଼ିକୁ ଆସିଥିବା ଓ କେଉଁ ଅଧିକାରୀଙ୍କ ନିକଟକୁ କେତେ ଅଭିଯୋଗ ଯାଇଥିଲା ଓ କେତେ ସମାଧାନ କରିଛନ୍ତି ତାହାର ମଧ୍ୟ ସମୀକ୍ଷା କରାଯିବ ବୋଲି ଶ୍ରୀ କର ଶିବିରରେ ଅଧିକାରୀ ମାନଙ୍କୁ ଚେତାବନୀ ଦେଇଥିଲେ। ଶିବିର ପାଇଁ ପୂର୍ବରୁ ସଠିକ୍ ପ୍ରଚାର ଓ ପ୍ରସାର ହେଉ ନଥିବାରୁ ଧୀରେ ଧୀରେ ସଂଖ୍ୟା କମୁଛି ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନରେ କରାଯାଉଛି ଓ ଆଉ ଟିକେ ବ୍ୟାପକ କରାଯିବ ବୋଲି ଶ୍ରୀ କର କହିଥିଲେ। ସେହିପରି ଚୋରି ଓ ରାହାଜାନୀ ସମେତ ନିଶା କାରବାର ବୃଦ୍ଧି ଉପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଜିଲ୍ଲା ପୁଲିସ ବିଭାଗ ତତ୍ପର ଅଛି ଓ ଏଥି ପାଇଁ ମଧ୍ୟ ସ୍କ୍ୱାର୍ଡ ଗଠନ କରାଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ ସୂଚନା ଦେଇଥିଲେ। ଏଡିଏମ୍ ଯୁଧିଷ୍ଠିର ନାୟକ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ନାୟକ, ସିଡିଏମ ଡାକ୍ତର ବିଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ନିବେଦିତା ପ୍ରଧାନ, ଧର୍ମଶାଳା ବିଡ଼ିଓ ଜ୍ୟୋତିର୍ମୟ କର ଓ ତହସିଲଦାର ସମୀର କୁମାର ଦାସ ପ୍ରମୁଖଙ୍କ ସମେତ ବିଭିନ୍ନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *