ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ

ପୁରୀ ୧୧/୧୧/୨୫ ସାମ୍ପ୍ରତିକ ବିଶ୍ୱ ରେ ଜଳବାୟୁ ର ପରିବର୍ତ୍ତନ ଏକ ବଡ ସମସ୍ୟା ଆକାରରେ ଉଭା ହୋଇଛି।ଏ ସମ୍ପର୍କରେ ବିଶ୍ବ ସ୍ତରରେ ମଧ୍ୟ ଅନେକ ବୈଠକ ଓ ପଦକ୍ଷେପ ନିଆଯାଉଛି।କିନ୍ତୁ ଆମ ସମସ୍ତଙ୍କ ସାମୁହିକ ଦାୟିତ୍ୱ ଏହାର ସମାଧାନ କରିବାରେ ସହାୟତା କରିବ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ।ଆଜି ପୂର୍ବାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ନିରନ୍ତର ବିକାଶ ଓ ସ୍ଥାୟୀ ଭବିଷ୍ୟତ ପାଇଁ ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା ଶୀର୍ଷକ ଏକ ଆଲୋଚନା ଚକ୍ର ଜିଲ୍ଲା ପ୍ରଶାସନ ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପୃଷ୍ଟି ପୂର୍ବ ତୁଳନାରେ ବର୍ତ୍ତମାନ ର ବିଶ୍ବ ଉତପ୍ତ ହେବା ସହ ପ୍ରତ୍ୟେକ ଙ୍କ ବ୍ୟବହାର ରେ ଅନେକ ପରିବର୍ତ୍ତନ ଘଟି ଚାଲିଛି।ଯାହା ବିଶ୍ବ ପ୍ରତି ବଡ ସମସ୍ୟା ହୋଇଛି।ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା, ସାମୁହିକ ଉଦ୍ୟମ ଓ ଆନ୍ତରିକ ସମନ୍ୱୟ ଜରୁରୀ ବୋଲି କହିବା ସହ ପିଲା ମାନେ ହିଁ ଏହି ପରିବର୍ତ୍ତନ କୁ ଆଗେଇ ନେବେ ବୋଲି ଆହ୍ବାନ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଚିତ୍ତରଞ୍ଜନ ଦ୍ବୀବେଦି ଜଳବାୟୁ ପରିବର୍ତ୍ତନ କୁ ନିୟନ୍ତ୍ରଣ ପାଇଁ ପିଲା ମାନଙ୍କ ପାଠ୍ୟ ପୁସ୍ତକ ରେ ବର୍ତ୍ତମାନ ପରିବେଶ ସମ୍ପର୍କରେ ବିଷୟ ସ୍ଥାନିତ ହୋଇଛି।ମଣିଷ ମାନଙ୍କ ର ଲୋଭ, ଅହେତୁକ ଆବଶ୍ୟକତା ର ପୂରଣ ପାଇଁ ସମଗ୍ର ଜୀବ ଜଗତ କ୍ଷତି ଗ୍ରସ୍ତ ହେଉଛି।

ଏହାକୁ ପ୍ରତିହତ ପାଇଁ ସାମୁହିକ ଚେଷ୍ଟା ପାଇଁ ସେ ପରାମର୍ଶ ଦେଇଥିଲେ।ବିଷୟ ବିଶାରଦ ଭାବେ ସହକାରୀ ପ୍ରଫେସର ଡା ପ୍ରମୋଦ କୁମାର ତ୍ରିପାଠୀ ଓ ଦି ବେଲ ଅନୁଷ୍ଠାନର ପ୍ରତିଷ୍ଠାତା ସିଦ୍ଧାର୍ଥ ରାୟ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବିସ୍ତୃତ ସୂଚନା ଦେଇ ଜଳବାୟୁ ପରିବର୍ତ୍ତନ ର କାରଣ ଓ ନିରାକରଣ, ବର୍ତ୍ତମାନ ବିଶ୍ବରେ ଜଳବାୟୁ ର ସ୍ଥିତି,ମଣିଷ ସମାଜ ର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଆଲୋଚନା ଚକ୍ର ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରାଧ୍ୟାପିକା ଡା ସଙ୍ଗୀତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଆଲୋଚନା ଚକ୍ର ରେ ଅଂଶଗ୍ରହଣକାରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅତିଥି ମାନେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସାମନ୍ତ ଚନ୍ଦ୍ରଶେଖର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *