ଅପରେସନ ଚକ୍ର ଅଭିଯାନରେ ପୁଣି ୨ ଜଣ କୁଖ୍ୟାତ ଅପରାଧି ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।
*ଅପରେସନ ଚକ୍ର ଅଭିଯାନରେ ପୁଣି ୨ ଜଣ କୁଖ୍ୟାତ ଅପରାଧି ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ କରି ମାରଣାସ୍ତ୍ର ଦେଖାଇ ଅଟୋ ଡ୍ରାଇଭର ଓ ଯାତ୍ରୀ ମାନଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦାବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ। ଭୟରେ କେହି କିଛି ପ୍ରତିବାଦ କରନ୍ତି ନାହିଁ କି ଅଭିଯୋଗ ଦିଅନ୍ତି ନାହିଁ। ଆଜି ଦିନ ସମୟରେ ଟାଉନ ଥାନା ପୋଲିସ ନିଜ ଆଡୁ ଗୋଟିଏ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଛୁରୀ, ଲୁହା ରଡ୍, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ଆଜି ସେମାନଙ୍କୁ ମାନ୍ୟବର ଏସଡ଼ିଜେଏମ୍, ପୁରୀ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ଉଭୟଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ଉଭୟ ଅପରାଧୀଙ୍କ ନାମରେ ପୂର୍ବରୁ ବ୍ରାଉନ୍ ସୁଗାର ବିକ୍ରୟ, ଛିନତାଇ, ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। *ଟାଉନ ଥାନା କେସ ନମ୍ବର* – ୬୧୫/୨୦୨୫, ଦଫା-୩୦୮(୪)/୩୦୮(୫)/୧୩୨/୧୦୯(୧)/୩(୫) ଭାରତୀୟ ନ୍ୟାୟ ସଂହିତା *ଅପରାଧୀଙ୍କ ନାମ* :୧) ପାପୁନି @ବିରଞ୍ଚି ମହାପାତ୍ର (୨୬), ଜଗନ୍ନାଥ ବଲ୍ଲଭ,ପୁରୀ ।୨) ଆଶିଷ ଦାସ(୨୦), ଗୋଖାସାହୀ, ନିଳଚକ୍ର ଲେନ, ବାଶେଳିସାହୀ, ପୁରୀ ।
