ରକ୍ତର ଅକ୍ଷରେ ଲେଖା ହୋଇଛି

ଶୀର୍ଷକ _ରକ୍ତର ଅକ୍ଷରେ ଲେଖା ହୋଇଛି


ରୀତାରାଣୀ ଦାଶ
ବାଲେଶ୍ୱର

ଚିରଦିନ ପାଇଁ କଥିତ ରହିଛି
ସତ୍ୟର ଏଇ କାହାଣୀ
ରକ୍ତରେ ଲିଖିତ ନିବେଦନ ସେ ତ
ହୃଦୟ ସ୍ପର୍ଶର ବାଣୀ
ଦୃଢ଼ ଅଟେ ପ୍ରତିଶୃତି,
ତୁମ ପାଇଁ ଆଉ ଅଟେ ଆମ ପାଇଁ
ଶବ୍ଦ ଆଙ୍କେ ମିଠା ପ୍ରୀତି |

ପ୍ରତିଜ୍ଞା ପ୍ରମାଣ ଆଙ୍କି ନିଶି ଦିନ
ଆନ୍ତରିକ ବନ୍ଧନରେ
ରାତ୍ରି ଅନ୍ଧକାରେ ସ୍ଥିତି ବିଶ୍ୱାସରେ
ଜିତିହେବ ଜୀବନରେ
ଲିଭିପାରେ ପ୍ରତିଲିପି,
ରହିବ ବାରତା ପ୍ରେମର ପ୍ରତୀକ
ଆନନ୍ଦ ଯନ୍ତ୍ରଣା ବ୍ୟାପୀ |

ରକତେ ଲିଖିତ ପ୍ରେମ ଆମ ସତ
ସତ୍ୟ ଆମର ସଂକଳ୍ପ
ଗାଢ଼ ରଙ୍ଗ ରୂପ ପ୍ରେମ ରକ୍ତ ସ୍ରାବ
ଜୀବନେ ନାହିଁ ବିକଳ୍ପ
ଦାଗ ରହିବ ଯୁଗକୁ,
ଆତ୍ମ ବଚନରେ ରକ୍ତର କାଳିରେ
ଅଭୁଲା ପ୍ରେମ ଗାଥାକୁ |

ଜୀବନ ସ୍ପନ୍ଦନ ଯନ୍ତ୍ରଣାର ତାନ
ପ୍ରତିଧ୍ୱନିତ କରଇ
ପ୍ରୀତିର ବନ୍ଧନ ଅଗ୍ନି ଶିଖା ସମ
ହୃଦୟକୁ ଜାଳି ଦେଇ
ଫେରନ୍ତା ପ୍ରେମ ପଥରେ,
ସ୍ମୃତି ଖାଇ ଗୋଡ଼େ ମଧୁ ତିକ୍ତତାରେ
ପ୍ରେମ ଛାଇ ଆଲୋଅରେ |

ପ୍ରତି ରକ୍ତ ବିନ୍ଦୁ ସୂଚନା ଦିଅଇ
ପ୍ରେମ ପରାଜୟ ଗ୍ଲାନି
ଶିଥିଳ ରକତେ ସ୍ଥାୟୀ ଭାବନାରେ
ଅପରାହ୍ନକୁ ନ ମାନି
ମୂର୍ଚ୍ଛନା ପ୍ରେମ ସଂଗୀତ,
ଯନ୍ତ୍ରଣା କାତର ଜୀବନ ସ୍ମାରକ
ରକ୍ତ ଅକ୍ଷରେ ଲିଖିତ |

Leave a Reply

Your email address will not be published. Required fields are marked *