ବିଏନଆଇ ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରଥମ ଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଗ୍ରେଟର ଓଡ଼ିଶା କ୍ରିକେଟ ଲିଗ୍ ଅନୁଷ୍ଠିତ
ବିଏନଆଇ ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରଥମ ଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଗ୍ରେଟର ଓଡ଼ିଶା କ୍ରିକେଟ ଲିଗ୍ ଅନୁଷ୍ଠିତ ହେବ । ଏହି ଲିଗ୍ ରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିଷ୍ଠିତ ୫୫୭ ଟି ଉଦ୍ୟୋଗର ୧୫୦ ଖେଳାଳି ୧୦ଟି ଗୃପରେ ଅଂଶଗ୍ରହଣ କରିବେ।ଦୁଇ ଦିନ ଧରି ପ୍ରତିଯୋଗିତା ଚାଲିବ। ୮ ଓଭର ବିଶିଷ୍ଟ ଗ୍ରେଟର ଓଡ଼ିଶା କ୍ରିକେଟ ଲିଗ୍ ୭ ତାରିଖରେ ଉଦଯାପିତ ହେବ ।ବିଶେଷ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ଉଦ୍ୟୋଗପତିଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି , ଆର୍ଥିକ ସ୍ତରରେ ଉଦ୍ୟୋଗପତିଙ୍କୁ ଆଗକୁ ନେବା ,ବ୍ୟବସାୟ ଅଭିବୃଦ୍ଧି ଲକ୍ଷ୍ୟରେ ପ୍ରଥମ ଥର ପାଇଁ ପୁରୀରେ ଗ୍ରେଟର ଓଡ଼ିଶା କ୍ରିକେଟ ଲିଗ୍ ଆୟୋଜନ କରାଯାଇଛି।ସମଗ୍ର ବିଶ୍ଵରେ ବିଏନଆଇ ର ୩,୫୦,୦୦୦ ସଦସ୍ୟ ଥିବାବେଳେ ଭାରତରେ ୬୯ ହଜାର ୬୪୧ ଓ ଓଡ଼ିଶାରେ ୫୫୭ ସଦସ୍ୟ ରହିଛନ୍ତି। ଓଡ଼ିଶାର ସମସ୍ତ ଉଦ୍ୟୋଗପତିଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ଭାବ ବିନିମୟ ,କ୍ରିକେଟ ପରି କ୍ରୀଡା ମାଧ୍ୟମରେ ପରସ୍ପର ମଧ୍ୟରେ ସମ୍ପର୍କ ନିବିଡ଼ କରିବା ପାଇଁ ଗ୍ରେଟର ଓଡ଼ିଶା କ୍ରିକେଟ ଲିଗ୍ ର ଆୟୋଜନ କରାଯାଇଛି। ଏହା ସଫଳ ହେଲେ ବିଏନଆଇ

ଆଗାମୀ ଦିନରେ ପୁରୀରେ ଆହୁରି ଅନେକ କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ ରଖିଛି ବୋଲି ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ବିଏନଆଇ ଗ୍ରେଟର ଓଡ଼ିଶା ଚାପ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ସୁନୀତା ମହାନ୍ତି ,ପୂର୍ବତନ ରଣଜୀ ଖେଳାଳୀ ତଥା ଉଦ୍ୟୋଗପତି ଜିତୁ ଶତପଥୀ, ଏରିଆ ନିର୍ଦ୍ଧେଶକ କେ.ସଞ୍ଜୀବ ପାତ୍ର, ଜୟ ଜଗଦୀଶ ପାତ୍ର,ଡଃ ଶୀତଲ୍ କୋଟ୍ ନି ,କୁମାର ଅରୋଜ୍ୟୋତି ପ୍ରମୁଖ ଉପସ୍ଥିତ ଥିଲେ।
