କାମାକ୍ଷାନଗର ରେ ତିନି ଦିନିଆକୃଷି ଯନ୍ତ୍ର ପାତି ମେଳା
– କୃଷି ଓ କୃଷକ କୁ ସଶକ୍ତି କରଣ କରିବାସାଧାରଣରେ ଜଣେ ଚାଷୀ ପାଇଁ ଆବଶ୍ୟକୀୟ କୃଷିଯନ୍ତ୍ର ପାତୀ କୁ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନ ରେ ପ୍ରଦର୍ଶନ କରିବା ସହସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀକରିବା ଲକ୍ଷ୍ୟ ନେଇ ଆୟୋଜନ ହୋଇଛି କୃଷି ଯନ୍ତ୍ର ପାତି ମେଳା,ଏହି ମେଳାରେ ଜଣେ ଚାଷୀ ନିଜର ମନ୍ ପସନ୍ଦର କୃଷି ଯନ୍ତ୍ରପାତିଦେଖିବା ସହ ତାହାର ବ୍ୟବହାର ବିଷୟରେ ଜାଣି ଥାଏ,କାମାକ୍ଷାନଗର ସାରଙ୍ଗ ଧର ଷ୍ଟାଡିୟମ୍ ରେ ତିନି ଦିନିଆ କାର୍ଯ୍ୟକ୍ରମ ର ପ୍ରଥମ ଦିବସ ରେ ଜିଲ୍ଲା କୃଷି ଅଧିକାରୀ ବିଶ୍ଵନାଥ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳଦିନମଣି ନାଏକ, ସମ୍ମାନିତ ଅତିଥି ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଏସ୍. ଡି.ପି.ଓ ରଜନୀକାନ୍ତ ସାମଲ, କୃଷି ନିର୍ବାହୀ ଯନ୍ତ୍ରୀପ୍ରଦୀପ କୁମାର ପଟ୍ଟନାୟକ, କାମାକ୍ଷାନଗର ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର୍ ବେଉରା,ସହକାରୀ ଯନ୍ତ୍ରୀ ପ୍ରବୀଣକୁମାର୍ ବିଶ୍ଵାଳ, ଡି ଆର୍ ସି ଏସ ର ଉମା ଶଙ୍କର ଦାସ ଯୋଗଦେଇ ଥିଲେ,ଉପଖଣ୍ଡର ସମସ୍ତ ଚାଷୀ , କୃଷିଯନ୍ତ୍ର ପାତି ବିକ୍ରେତା ,ସ୍ଵୟଂ ସହାୟକ ଗୋଷ୍ଠି ର ମହିଳା ବିଭିନ୍ନ ହସ୍ତ୍ ତିଆରିଷ୍ଟଲ ଜରିଆରେ ପ୍ରଦର୍ଶନ କରାଯାଇଥିଲା କାର୍ଯ୍ୟରେ କୃଷି ବିଭାଗ ର ସହ କୃଷି ଅଧିକାରିଣୀ ଖିରୋଡ଼ିନି ଦେଇ ସହଯୋଗ କରିଥିଲେ ।
