ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଉପଲକ୍ଷେ କମିଟି ଗଠନ.
ବଡ଼ଚଣା: ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ର ନୂତନ କମିଟି ଗଠନ ନିମନ୍ତେ ଏକ ନିର୍ବାଚନ କମିଟି କରାଯାଇଛି। ଗତ ୭ ତାରିଖ ରେ ଟ୍ରକ ମାଲିକ ମାନଙ୍କର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ବ୍ୟେଠକ ରେ ମୁଖ୍ୟ ଉପଦେଷ୍ଟା ଚନ୍ଦନ କୁମାର ନାୟକ ଅଧ୍ୟକ୍ଷତା କରିଥଲେ। ପୁର୍ବ କମିଟିର କାର୍ଯ୍ୟକାଳ ଶେଷ ହେଇଥିବାରୁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯିବା ପାଈଁ ସର୍ବ ସମ୍ମତି ଭାବେ ନିଷ୍ପତ୍ତି ଗ୍ରହଣ କରାଗଲା, ଉକ୍ତ ବୈଠକ ରେ ସଂଘର ସମସ୍ତ ଉପଦେଷ୍ଟା, ଶୁଙ୍ଗୁଡ଼ା ସରପଞ୍ଚ ଙ୍କ ପ୍ରତିନିଧି ଅକ୍ଷୟ କୁମାର ସ୍ବାଇଁ, ସଂଘର ବରିଷ୍ଠ ସଭ୍ୟ ନୃସିଂହ ନାରାୟଣ ହୋତା, ପୁର୍ବ କମିଟିର ସଭାପତି, ସମ୍ପାଦକ ସମେତ ଶତାଧିକ ଟ୍ରକ୍ ମାଲିକ ମାନେ ଯୋଗ ଦେଇଥିଲେ, ସମସ୍ତ ଟ୍ରକ୍ ମାଲିକ ମାନଙ୍କର ଅନୁରୋଧ କ୍ରମେ ଏକ ନୂତନ ନିର୍ବାଚନ କମିଟି ଗଠନ କରାଗଲା, ଏହି ନିର୍ବାଚନ କମିଟିରେ ଅଧ୍ୟକ୍ଷ ଭାବେ ଚନ୍ଦନ କୁମାର ନାୟକ, ସଦସ୍ୟ ଭାବରେ ସର୍ବଶ୍ରୀ ସନ୍ତୋଷ କୁମାର ରାଉତ, ପ୍ରମୋଦ କୁମାର ନାୟକ, ପ୍ରଶାନ୍ତ କୁମାର ଜେନା, ବିନାୟକ ସାହୁ ପ୍ରମୁଖଙ୍କୁ ମନୋନୀତ କରାଗଲା। ଉକ୍ତ ନିର୍ବାଚନ କମିଟି ଆସନ୍ତା ୯୦ଦିନ ମଧ୍ୟରେ ନୂତନ୍ ନିର୍ବାଚନ କରାଇ ଏକ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବକୁ ଗୃହୀତ କରାଗଲା।
