ଶ୍ରୀମନ୍ଦିର କ୍ୟାଲେଣ୍ଡର ଛପାରେ ଅସଙ୍ଗତି
ଶ୍ରୀମନ୍ଦିର କ୍ୟାଲେଣ୍ଡର ଛପାରେ ଅସଙ୍ଗତି ନେଇ ଅଭିଯୋଗ ହୋଇଥିବା ବେଳେ ଲକ୍ଷଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ନେଇ ମତ ପ୍ରକାଶ ପାଇଛି। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ 2026ରେ ପ୍ରାୟ 5 ହଜାରରୁ ଉର୍ଦ୍ଧ୍ବ କ୍ୟାଲେଣ୍ଡର ବିକ୍ରି ନହୋଇ ଅବ୍ୟବହୃତ ରହିଛି ।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ 2026 ବର୍ଷରେ 4000 ଟି ୱାଲ୍ କ୍ୟାଲେଣ୍ଡର ଓ 2500 ଡେକ୍ସ କ୍ୟାଲେଣ୍ଡର ମୁଦ୍ରଣ ହୋଇଥିଲା।ଯେଉଁଥି ପାଇଁ ପ୍ରାୟ 11 ଲକ୍ଷ 11 ହଜାର 6 ଶହ 50 ଟଙ୍କା ବ୍ୟୟ ହୋଇଛି ।ଏହା ରାଜ୍ୟ ସରକାରଙ୍କ PSU ତରଫରୁ ପ୍ରାୟୋଜିତ ହୋଇଥିବା ବେଳେ ଭୁବନେଶ୍ୱର କେତକୀ ଏଣ୍ଟର ପ୍ରାଇଜର୍ସ କ୍ୟାଲେଣ୍ଡର ଛପା କାର୍ଯ୍ୟ କରିଅଛି।
ସେହିପରି ଛାପା ଯାଇଥିବା କ୍ୟାଲେଣ୍ଡର ମଧ୍ୟରୁ 1716 ଟି ମାତ୍ର କ୍ୟାଲେଣ୍ଡର ବିକ୍ରି ହୋଇଥିବା ବେଳେ ସେ ବାବଦକୁ 1 ଲକ୍ଷ 71 ହଜାର 600 ଟଙ୍କା ଆଦାୟ ହୋଇଅଛି।ଯାହା ଫଳରେ ଶ୍ରୀମନ୍ଦିରର ଆର୍ଥିକ କ୍ଷତି ଘଟିଥିବା ମତ ପ୍ରକାଶ ପାଇଛି।ଶ୍ରୀମନ୍ଦିର ଭିତରେ ଇଂରାଜୀ ବର୍ଷକୁ ନେଇ କ୍ୟାଲେଣ୍ଡର ଛାପିବା ଉତ୍କଳୀୟ ସଂସ୍କୃତି ପ୍ରତି କୁଠାରଘାତ ହୋଇଥିବାରୁ ଏହାକୁ ନିନ୍ଦା କରାଯାଇଅଛି। ତେଣୁ ଆଡଭୋକେଟ ଜେନେରାଲ କିମ୍ବା EOW ଦ୍ବାରା ଏହାର ତଦନ୍ତ କରିବାକୁ ବୁଦ୍ଧିଜୀବୀ ହରିଶଙ୍କର ମିଶ୍ର ଦାବି କରିଛନ୍ତି। ବାଇଟ୍- ହରିଶଙ୍କର ମିଶ୍ର,ଜ୍ୟୋତିର୍ବିଦ
